ବରୀ(ରତ୍ନଗିରି ନ୍ୟୁଜ)୦୮/୦୫ : ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ବରୀ ବ୍ଲକ୍ ଅନ୍ତର୍ଗତ ଅନ୍ୟାସିପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବରୀ ବିଧାୟିକା ସୁନନ୍ଦା ଦାସ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରିଥିଲେ । ରକ୍ତଦାନ ହେଉଛି ଏକ ମହତ ଦାନ । ଆମେ ରକ୍ତଦାନ କରିବା ଦ୍ୱାରା ରକ୍ତ ଆବଶ୍ୟକ କରୁଥିବା ଯେକୌଣସି ବ୍ୟକ୍ତିକୁ ମୃତ୍ୟୁ ମୁଖରୁ ବଂଚାଇ ପାରିବା । ଏଣୁ ଯେକୌଣସି ସୁସ୍ଥ ସବଳ ବ୍ୟକ୍ତି ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଉଚିତ ।
ଏହି ରକ୍ତଦାନ ଶବିରରେ ବିଶ୍ୱ ମାତୃ ଦିବସକୁ ସ୍ମରଣ କରିବାକୁ ଯାଇ ଅଧିକାଂଶ ମହିଳାମାନେ ରକ୍ତଦାନ କରିବାକୁ ଆଗେଇ ଆସି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବିଧାୟିକା ଶ୍ରୀମତୀ ଦାସ କହିଥିଲେ ।
ଏହି ରକ୍ତଦାନ ଶିବିରଟିକୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ଯାଜପୁର ଜିଲ୍ଲା ସଂଯୋଜକ ଇଂ ବିମଳ ଚନ୍ଦ୍ର ଦାସ ପରିଚାଳନା କରିଥିବାବେଳେ ଅନ୍ୟାସିପୁର ଗ୍ରାମପଞ୍ଚାୟତର ସରପଂଚ ସସ୍ମିତା କୁଣ୍ଡ, ସମିତି ସଭ୍ୟ ରମେଶ ଚନ୍ଦ୍ର ସାହୁ, ପ୍ରସନ୍ନଜିତ୍ ବରାଳ, ଅଭିମନ୍ୟୁ ପାତ୍ର, ସଶ୍ମିତା ବରାଳ, ଦୁର୍ଯ୍ୟୋଧନ ପାତ୍ର, ରଞ୍ଜିତ ସାମଲ, ଜୁମଦ ମଲିକ, ନିର୍ମଳ ଚନ୍ଦ୍ର ପାତ୍ର, ସଞ୍ଜୁଲତା ମହାଳିକ, ପ୍ରଫୁଲ ମଲିକ, ବାହନ ମଲିକ, ବିଳାସୀ ଦାସ, ସତ୍ୟଜିତ୍ ପାତ୍ର, ନିତେଶ ବରାଳ, ଭୀମସେନ ଦାସ, ଆଶିଷ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାନ କରିଥିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୪୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଯାଜପୁର ରେର୍ଡ କ୍ରସ୍ ସୋସାଇଟ୍ର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।