ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) ୨୫/୧୨: ପୋଲସରା ୩୯ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିବା ଜଣାପଡିଛି। ୨୦୧୯ ମସିହା ଠାରୁ ପୋଲସରା ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଅଭିଯୋଗ କରିଛନ୍ତି। କିନ୍ତୁ ବିଇଓ କାର୍ଯ୍ଯାଳୟ ୩ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଜଣେ ଚାକିରୀ ଛାଡି ଦେଇଛନ୍ତି। ଅନ୍ଯ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତଦନ୍ତ ଆଳରେ ବିଇଓ କାର୍ଯ୍ଯାଳୟ ସୁରକ୍ଷା ଦେଇ ଆସୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ମଧ୍ଯ ବିଇଓ ମାନୁ ନଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ପୂର୍ବତନ ଅବସରପ୍ରାପ୍ତ ବିଇଓଙ୍କ ବୟସ ଟେମ୍ପେରିଙ୍ଗ୍ ହୋଇଥିବା ନେଇ ଅଭିଯୋଗ ଶ୍ରୀ ମହାନ୍ତି ୨୦୨୦ ରେ କରିଥିବା ଜଣାପଡିଛି। ପୁଣି ୩୯ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିଇଡି ସାର୍ଟିଫିକେଟ ସମେତ ଅନ୍ୟ ସାର୍ଟିଫିକେଟ ଯାଞ୍ଚ ପାଇଁ ନମ୍ବର ୧୮ ତାରିଖରେ ମନ୍ତ୍ରୀ ଗଣ ଶିକ୍ଷା ବିଭାଗ, ପ୍ରମୁଖ ସଚିବ, ଗଣଶିକ୍ଷା ବିଭାଗ, ଜିଲ୍ଲାପାଳ,ଗଞ୍ଜାମ,ଡିଇଓ, ଡିପିସି, ଗଞ୍ଜାମ ଏସପି,ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏହି ଘଟଣାକୁ ନେଇ ଡିସେମ୍ବର ୨୧ ତାରିଖରେ ଉଚ୍ଚ ନ୍ୟାୟାଳୟରେ CRLMP-2345/2021 ରେ ମାମଲା ହୋଇଛି। ଏହି ମାମଲାରେ ରାଜ୍ଯ ସରକାର, ଶିକ୍ଷା ସଚିବ, ଡିଜି ପୁଲିସ, ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କୁ ପକ୍ଷ ଭୁକ୍ତ କରାଯାଇଛି। ସମରଜିତ୍ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ କୁମାର ମହାନ୍ତି ମାମଲା ଦାୟର କରିଛନ୍ତି। ସମରଜିତ୍ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ଯାଞ୍ଚ ପାଇଁ ଦିଆ ଯାଇଥିବା ଶିକ୍ଷକ ମାନଙ୍କ ତଦନ୍ତ ପାଇଁ ହାଇକୋର୍ଟ ଯିବେ। ଗଞ୍ଜାମ ଜିଲ୍ଲାର କିଛି ବିଇଓ ଅପରାଧିକ ଷଡଯନ୍ତ୍ର କାର୍ଯ୍ଯକଳାପ ଭିତରେ ସଂପୃକ୍ତ ରହିଥିବା ନେଇ ଆଗାମୀ ଦିନରେ ଆଇନର ଆଶ୍ରୟ ନେବା ପାଇଁ ବିଚାର କରୁଥିବା ନେଇ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
Related Stories
December 1, 2024
November 25, 2024