ବରୀ(ରତ୍ନଗିରି ନ୍ୟୁଜ) ୨୩/୧ : ବରୀ ବ୍ଲକର ଅଗ୍ରଣୀ କଳା ଅନୁଷ୍ଠାନ ଉତ୍କଳ ଗୌରବ ଯୁବ ସଂସଦ ଆନୁକୂଲ୍ୟରେ ୩୨ ତମ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଉକ୍ତ ଉଦ୍ଯାପନ ଦିବସରେ ବାଟ ମଙ୍ଗଳା କ୍ରିକେଟ କ୍ଲବ ଓ ଅକରପଡା ମଧ୍ୟରେ ଫାଇନାଲ ମ୍ୟାନ ଅନୁଷ୍ଠିତ ହେଉଥିଲା । ଉଦଯାପନୀ ଉତ୍ସବରେ ସାଇ ଚାରିଟେବୁଲ ଟ୍ରଷ୍ଟର ଅଭିଶେକ ସାମଲ ଉକ୍ତ ଫାଇନାଲ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ପ୍ରଥମେ ଅକରପତା ବ୍ୟାଟିଂ କରି ୧୯୮ ରନ ସଂଗ୍ରହ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୧୯୯ ରନ୍ ଲକ୍ଷକୁ ପିଛା କରି ବାଟ ମଙ୍ଗଳା କ୍ରିକେଟ୍ କ୍ଲବ ୧୫୧ ରନ୍ କରି ପରାଜିତ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମହେନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷାବିତ କୁଞ୍ଜ ବିହାରୀ ଦାଶ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଦେବ ପ୍ରସାଦ ସାମଲ, ସମ୍ମାନିତଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଧାଂଶୁ ସାମଲ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ କ୍ରୀଡା ପରସ୍ପର ଭିତରେ ସମ୍ପର୍କର ସେତୁ ନିର୍ମାଣ କରିବାରେ ସହାୟକ ବୋଲି ମତ ରଖିଥିଲେ । କଲ୍ୟାଣ ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କ୍ରୀଡା ଉତ୍ସବର ଉଦଯାପନ ସମ୍ପର୍କରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ପଣ କରିଥିବା ଓ ସୋମାନଙ୍କ ପାରଦର୍ଶିତା ନିମନ୍ତେ ବରୀ ଅଂଚଳରେ ସତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବ୍ୟକ୍ତି ବିଶେଷ, ସାହିତ୍ୟ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଚାଳଘର ସାହିତ୍ୟ ସଂସଦ ସାହିତ୍ୟ ମାଧ୍ୟମରେ ବରା ଅଂଚଳରେ ପୂଜ୍ୟପୂଜା, ବରିଷ୍ଠ ନାଗରିକ ଓ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ମାତ୍ର ତିନିବର୍ଷ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ମୁଖ୍ୟବକ୍ତା ପ୍ରଫେସର ଦେବପ୍ରସାଦ ସାମଲ ଏହି ଅନୁଷ୍ଠାନ ଦୀର୍ଘାୟ ହେଉ ବୋଲି ମତ ରଖିଥିଲେ । ଅପରପକ୍ଷରେ ବିଭିନ୍ନ କ୍ରୀଡାବିତ ପ୍ରଶାନ୍ତ କୁମାର ରାଉତ, ଶରତ କୁମାର ଜେନା, ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ତଥା ଶିଶୁ କବି ଅଜୟ କୁମାର ଜେନାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଯାଇଥିଲା । ଉକ୍ତ ମ୍ୟାଚକୁ ପ୍ରଶାନ୍ତ ରାଉତ, ଓ ଜ୍ଞାନ ରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲାବେଳେ ସ୍କୋରର ଭାବେ ଦେବାଶିଷ ସାମଲ, ସଞ୍ଜୟ କୁମାର ବେହେରା, ପ୍ରତୀକ କୁମାର ସ୍ୱାଇଁ, ଅମରେଶ ନାଥ ଯୋଗଦେଇଥିଲେ । ଖେଳର ଧରା ବିବରଣୀ ସ୍ମୃତି ରଞ୍ଜନ ସାମଲ, ଅଜୟ ସାମଲ ଓ ଇନ୍ଦ୍ରମଣୀ ମଲିକ ପ୍ରଦାନ କରିଥିଲୋ ଅନୁଷ୍ଠାନର ସମ୍ପାଦକ ସୁଧାଞ୍ଜୟ ସମକ, ପ୍ରଶାନ୍ତ ପଢିହାରୀ, ଅନୁରାଗ ସମଲ, ତାପସ ସାମଲଙ୍କ ସମେତ ଅନ୍ୟ କର୍ମକର୍ତାମାନେ ସହଯୋଗ କରିଥିଲେ । ଉଦ୍ଯାପନ କ୍ରୀଡା କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ସମ୍ପାଦିତ ହୋଇଥିବାରୁ ଅନୁଷ୍ଠାନର ସଭ୍ୟ ଦିଲିପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।