ମାର୍ଶାଘାଇ(ରତ୍ନଗିରି ନ୍ୟୁଜ) – କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଳକ ଅଧିନସ୍ଥ ମାଣିକ ପୁର ଗ୍ରାମର ଜଣା ଶୁଣା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ଙ୍କୁ ହତ୍ୟା କରାଯାଇଥିଲା ଗତ ୧/୨/୨୦୨୦ ରିଖରେ ତାଙ୍କର ମୃତ ଦେହ ହଳଦିଆ ଗଡା-ମଙ୍ଗରାଜପୁର ରାସ୍ତା ରେ ଅତି ସନ୍ଦେହ ଜନକ ଭାବରେ ପଡିଥିଲା। ତାଙ୍କର ଶ୍ରାଦ୍ଧ ଦିବସକୁ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ସହିଦ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଓଡିଶା ସୂଚନା ଅଧିକାର ଅଭିଯାନ ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ଓସା ର ରାଜ୍ୟ ଉପଦେଷ୍ଟା ଚିତ୍ତ ବେହେରା ଓ ଓସା କେନ୍ଦ୍ରାପଡା ଜିଲ୍ଲାର ଆବାହକ ପ୍ରତାପ ମହାନ୍ତି ଙ୍କ ସମେତ ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ, ପବିତ୍ର ପାଣି, ଜୟଦେବ ସିଂ, ପ୍ରମୋଦ ଜେନା, ଦୁଷ୍ମନ୍ତ ଆଚାର୍ଯ୍ୟ, ନିରଞ୍ଜନ ପରିଡା, ମିଟୁ ମଲିକ, କ୍ଷୀରୋଦ ଜେନା, ରମାକାନ୍ତ ମହାଳି,ସାଳିତା ମହାନ୍ତି ଇତ୍ୟାଦି ସମେତ ୫୦ଜଣରୁ ଉର୍ଦ୍ଧ୍ବ ସୂଚନା ଅଧିକାର କର୍ମୀ ଯୋଗ ଦେଇଥିଲେ। ଓସା ର ମୁଖ୍ୟ ପ୍ରଦୀପ ପ୍ରଦାନ ସମେତ ସ୍ବର୍ଗତ ରଞ୍ଜନ ଦାସ ଙ୍କ ସ୍ମୃତି ଉଚ୍ଚାରଣ ସହ ସେ କିପରି ତଥ୍ୟ ଆଧାର ରେ ଲଢେ଼ଇ କରି ଜିଲ୍ଲା ରୁ ଅନେକ ଦୁର୍ନୀତି ଲୋକ ଲୋଚନ କୁ ଆଣିବା ସହ ଶାସକ ଦଳର ନେତା ଓ କର୍ମୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ଭୀରୁଙ୍କ ପରି ଲୁଚି ଲୁଚି ତାହା ଆଲୋକ ପାତ କରିବା ସହ ତାଙ୍କ ପିତା ସ୍ବର୍ଗତ ଲଷ୍ମୀ ଧର ଦାସ ଓ ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି ଙ୍କ ଦ୍ଵାରା ଘଟଣା ଉପରେ ସିବିଆଇ କିମ୍ବା ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ମାମଲା ରୁଜୁ କରିଥିଲେ ବର୍ତ୍ତମାନର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଇଙ୍ଗିତ ରେ ହତ୍ୟା କରାଯାଇଥିଲା ବୋଲି ଉଲ୍ଲେଖ କରି ମାମଲା କରିଥିଲେ ଆଉ ମାନ୍ୟବର କୋର୍ଟ ଉକ୍ତ ମାମଲାର ବିଚାର କରି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଉ ତିନି ମାସ ମଧ୍ୟରେ ମାମଲା ର ତଦନ୍ତ ସହ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଆଉ ତିନି ମାସ ମଧ୍ୟରେ ଯଦି କ୍ରାଇମବ୍ରାଞ୍ଚ ପରିବାରକୁ ନ୍ୟାୟ ପ୍ରଦାନ ନ କରେ ପୁଣି ଥରେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଶେଷରେ ପ୍ରସନ୍ନ ମହାପାତ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
Related Stories
December 1, 2024
November 25, 2024