ଗୋଳକୁଣ୍ଡ ଠାରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୭ ତମ ଜୟନ୍ତୀ ପାଳିତ

ବରୀ,୫l୨(ରତ୍ନଗିରି ନ୍ୟୁଜ ) ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ଗୋଳକୁଣ୍ଡ ଠାରେ ପବିତ୍ର ମାଘ ସପ୍ତମୀ ଅବସରରେ ଅଭିମନ୍ୟୁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୭ ତମ ଜନ୍ମ ଜୟନ୍ତୀ ଓ ପୂଜ୍ୟପୂଜା ସମାରେlହ ଅଭିମନ୍ୟୁ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦେଶକ ସରୋଜ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ରଞ୍ଜନ କୁମାର ଦାସ, ମୁଖ୍ୟଵକ୍ତା ଡ଼ କୃଷ୍ଣ କେଶବ ଷଡଙ୍ଗୀ, ସମ୍ମାନିତଵକ୍ତା ଚିରଶ୍ରୀ ଇନ୍ଦ୍ର ସିଂ, ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା ପ୍ରମୁଖ ଯୋଗଦେଇ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ରୀତିଯୁଗୀୟ କବିମାନଙ୍କ ମଧ୍ୟରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଥିଲେ ଅନ୍ୟତମ l ତାଙ୍କ ରଚିତ ସାହିତ୍ୟ କୃତିର ଗଭୀରତାକୁ ସହଜରେ ମାପିବା କଷ୍ଟସାଧ୍ୟ l ସେ ଥିଲେ ଓଡିଶାର ତଥା ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ l

ଅଭିମନ୍ୟୁଙ୍କ କାବ୍ୟିକ ରଚନା ସମସ୍ତଙ୍କ ହୃଦୟସ୍ପର୍ଶି ହେବା ସହ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରି ଯୁଗେ ଯୁଗେ ମନେ ପକାଇବ। ତାଙ୍କ ଦ୍ଵାରା ରଚିତ ବାଘ ଗୀତ, ଚଢ଼େଇ ଗୀତ ବେଶ୍ ହୃଦୟ ଛୁଆଁ l ଏହି ଅବସରରେ ସଭାପତି ସରୋଜ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ଅତିଥିମାନଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ବିଜୟ କୁମାର ମଲ୍ଲ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପରିଷଦ ଦ୍ୱାରା ପ୍ରକାଶିତ ସାହିତ୍ୟ ପତ୍ରିକା “ବ୍ରାହ୍ମୀ” ର ଉନ୍ମୋଚନ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା l

ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ବରଗଡ଼ରୁ ଆସିଥିବା କଳାକାରମାନଙ୍କ ଦ୍ୱରା ସମ୍ବଳପୁରୀ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀନିବାସ ଜେନା, ରଞ୍ଜନ କୁମାର ଜେନା, ଶରତ ଜେନା, ଦୀପକ ଜେନା, ଅଞ୍ଜନ କୁମାର ଜେନା, ପ୍ରଶାନ୍ତ ଜେନା, ସତ୍ୟ ରଞ୍ଜନ ଜେନା, ସୁଶାନ୍ତ ଧୀର ପ୍ରମୁଖ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ବିଜୟ କୁମାର ନାୟକ, ଉତ୍କଳ ସାହିତ୍ୟ ସାମାଜିକ ଅନୁଷ୍ଠାନର ସଭାପତି ମନୋଜ ନାୟକ ପ୍ରମୁଖ ସହଯୋଗ କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *