ବରୀ (ରତ୍ନଗିରି ନ୍ୟୁଜ) : ଶିକ୍ଷକ ନେତା ସ୍ବର୍ଗତ ଭଜହରି ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ରାଧାରାଣୀ ମହାପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭଜହରି ମହାପାତ୍ର ସ୍ମୃତି କମିଟି ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡଃ ଭାଗ୍ୟଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ବରୀ ବିଧାୟିକା ସୁନନ୍ଦା ଦାସ, ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ,ସୁ -ସାହିତ୍ୟିକ ପ୍ରଫେସର ଡ଼ଃ ବୈଷ୍ଣବ ଚରଣ ପରିଡା, ପୋସ୍କୋ ବିରୋଧୀ ଆନ୍ଦୋଳନ ର ମୂଖ୍ୟ ପୁରୋଧା ଅଭୟ ସାହୁ, ଅଧ୍ୟାପକ ମନୋରଞ୍ଜନ ମହାନ୍ତି, ଶ୍ରମିକ ନେତା କିଶୋର ଚନ୍ଦ୍ର ଜେନା,ଶିଶୁ ସାହିତ୍ୟିକ ରାଜକିଶୋର ପାଢି, ସାହିତ୍ୟ ଗବେଷକ ଡଃ ଭାଗବତ ଶୁକ୍ଳ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ମହାପାତ୍ରଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ l
ଆଦର୍ଶ ଶିକ୍ଷକ ଏବଂ ଶିକ୍ଷକ ସଂଗଠନର ସୁବିଦିତ ନେତା ସ୍ବର୍ଗତ ଭଜହରି ମହାପାତ୍ର ଯେ କେବଳ ଜଣେ ବ୍ୟକ୍ତି ଥିଲେ ସେକଥା ନୁହେଁ ସେ ଥିଲେ ଗୋଟିଏ ଅନୁଷ୍ଠାନ। ସବୁ ସମୟରେ ନିଜ ବ୍ୟକ୍ତିଗତ ସ୍ବାର୍ଥ କୁ ତୁଚ୍ଛ କରି ସାମଗ୍ରିକ ବିକାଶ କୁ ସେ ଗୁରୁତ୍ବ ଦେଇ ଆସୁଥିଲେ । ଦୀର୍ଘ ୫ ଦଶନ୍ଧି ଧରି ଅଞ୍ଚଳର ଶିକ୍ଷା, ସଂସ୍କୃତି, ସାହିତ୍ୟ ଓ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସେ ଅହରହ ସଂଗ୍ରାମ କରି ଯେଉଁ ପରିବର୍ତ୍ତନ ଆଣିଛନ୍ତି ତାହା ତାଙ୍କୁ କାଳଜୟୀ କରି ରଖିବ । ତାଙ୍କ ବିୟୋଗରେ କେବଳ ଏ ଅଞ୍ଚଳ ପାଇଁ ନୂହେଁ ବିଭିନ୍ନ ବିଭାଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଉତ୍ସବରେ ଉପସ୍ଥିତ ଅତିଥିମାନେ ସ୍ମୃତି ଚାରଣ କରିବା ଅବସରରେ ମତ ବ୍ୟକ୍ତ କରିଛନ୍ତି l
ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ବିବେକାନନ୍ଦ ଦାଶ,କମ୍ୟୁନିଷ୍ଟ ନେତା ଦିବାକର ବିଶ୍ବାଳ, ଶିକ୍ଷକ ନେତା ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦିପ ର ସମ୍ପାଦକ ଶଙ୍କର ସୁବୁଦ୍ଧି, ବଡ଼ଚଣା ବିଜେପି ନେତା ଅମର ନାୟକ, କଂଗ୍ରେସ ନେତା ଅଜୟ କୁମାର ସାମଲ, ଅଧ୍ୟାପକ ରମେଶ ସିଂ, ଶିକ୍ଷକ ନେତା ରବି ଶତପଥି, କିଶୋର ଚନ୍ଦ୍ର ଦାଶ,ମଳୟ ପଣ୍ଡା, ତ୍ରିଲୋଚନ ଜେନା, ବୃନ୍ଦାବନ ସାମଲ, ରାମଚନ୍ଦ୍ର ସାମଲ, କୈଳାସ ଚନ୍ଦ୍ର ନାୟକ, ଡଃ ନୃସିଂହ ଚରଣ ବେହେରା, ବିଧାନ ଚନ୍ଦ୍ର ସାମଲ, କିଶୋର ଚନ୍ଦ୍ର ପରମଗୁରୁ, ଈଶ୍ବର ଚନ୍ଦ୍ର ପରିଡା, ପ୍ରଭଞ୍ଜନ ପତି,ଗଗନ ବିହାରୀ ଜେନା,ସେକ ମସୁଦ ଅଲ୍ଲୀ, ଲୋକନାଥ ଦାସ , ଅଶୋକ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ମହାପାତ୍ର ଙ୍କ ନିତି ଆଦର୍ଶ ଯେଉଁଭଳି ସମାଜକୁ ଦିଗ୍ ଦର୍ଶନ ଦେଉଛି ଆମେ ମାନେ ସେଥିରେ ଅନୁପ୍ରାଣିତ ହେଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥିମାନେ ସ୍ଵର୍ଗତ ମହାପାତ୍ର ଦମ୍ପତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ ସ୍ମରଣିକା ‘ଶୂନ୍ୟତାର କାୟାକଳ୍ପ’ କୁ ଲୋକାର୍ପଣ କରିଥିଲେ l
ସଭା ପ୍ରାରମ୍ଭରେ ଅତିଥି ମାନେ ସ୍ବର୍ଗତ ଭଜହରି ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ରାଧାରାଣୀ ମହାପାତ୍ର ଙ୍କ ପ୍ରତିମୂର୍ତ୍ତି କୁ ଅନାବରଣ କରିଥିଲେ। ଅମର ଆତ୍ମା ର ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା ମଧ୍ଯ କରାଯାଇଥିଲା। ପ୍ରଧାନ ଶିକ୍ଷକ ଦୟାନିଧି ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁପୁତ୍ର ପାବକ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ପ୍ରଣବ କିଶୋର ଜେନା ଅତିଥି ମାନଙ୍କ ସଦ୍ୟ ଉପସ୍ଥିତ ପାଇଁ ଜ୍ଞୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ଚରଣ ରାଉତ, ବେଣୁଧର ରାଉତ, ଉମାକାନ୍ତ ବଳ,ଅଜିତ କୁମାର ମହାନ୍ତି, କର୍ଣ୍ଣଚନ୍ଦ୍ର ଘଡାଇ,ପ୍ରଭାତ କୁମାର କର, ପ୍ରମୋଦ କୁମାର ଦାସ,ସୁରମୋହନ ମହାପାତ୍ର,ରାଖାଲ ଚନ୍ଦ୍ର ଜେନା, ବ୍ରଜକିଶୋର ମହାପାତ୍ର, ଦିନବନ୍ଧୁ ବେହେରା,ବାଇଧର ସେନାପତି,କପିଳ ଚରଣ ସାମଲ, ବ୍ରଜକିଶୋର ବିଶ୍ବାଳ, ଉପେନ୍ଦ୍ର ନାଥ ଦାଶ ପ୍ରମୂଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।