ଇଶାଣେଶ୍ୱରୀ ହାଇସ୍କୁଲର ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ବରୀ(ରତ୍ନଗିରି ନ୍ୟୁଜ):ଅତୀତର ଅନେକ ସ୍ମୃତି ଭବିଷ୍ୟତ ଗଠନ ଦିଗରେ ସହାୟକ ହୋଇଥାଏ । ପିଲାଦିନକୁ ମନେ ପକାଇବା ସେ ସମୟର ଘଟଣାବଳୀ ଆଲୋଚନା କଲେ ଆତ୍ମିୟତା ବୃଦ୍ଧି ପାଏ ବୋଲି ଇଶାଣେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଶାଣପୁରର ୧୯୯୯ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଗୁରୁପୂଜନ ଓ ବନ୍ଧୁମିଳନ ଅବସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଆଶର୍ବାଦ କରିବା ଅବସରରେ ଗୁରୁମାନେ ପ୍ରକାଶ କରିଛନ୍ତି ।


ବରୀ ବ୍ଲକ୍ ଅନ୍ତର୍ଗତ ଇଶାଣେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚର ଗୁରୁପୂଜନ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବନ୍ଧୁମିଳନ ଉତ୍ସବ ରବିବାର ଦିନ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପ୍ରାରମ୍ଭରେ ମା’ ଇଶାଣେଶ୍ୱରୀଙ୍କ ଫଟୋ ଚିତ୍ର ଓ ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀମାନଙ୍କ ତରଫରୁ ଗୁରୁମାନଙ୍କ ପାଦପୂଜା କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଥିଲା। ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବର୍ତ୍ତମାନର ଶିକ୍ଷକ ଅରୁଣା କର, ପ୍ରଭାତ ମଲିକ, ସୁବ୍ରତ ପ୍ରଧାନ ପ୍ରମୁଖ ଯୋଗଦେଇଥିବା ବେଳେ ପୂର୍ବତନପ୍ରଧାନ ଶିକ୍ଷକ ଭାଗବତ ଜେନା, ଶିକ୍ଷକ ପଦ୍ମନାଭ ସାହୁ, ମନ୍ମଥ ରାୟ, ଅର୍ଜୁନ ଚରଣ ପ୍ରଧାନ, ଅଜୟ ମହାନ୍ତି, କମଳା କାନ୍ତ ଶୁକ୍ଳ, ଶିକ୍ଷା କର୍ମଚାରୀ କାଳନ୍ଦୀ ଜେନା ପ୍ରମୁଖ ଯୋଗ ଦେଇ ୧୯୯୯ବ୍ୟାଚର ପିଲାମାନଙ୍କ ସହ କଟାଇଥିବା ମୁହୂର୍ତ୍ତ ମନେ ପକାଇବା ସହ ଛାତ୍ରଛାତ୍ରୀମାନେ ଦୀର୍ଘ ୨୫ ବର୍ଷ ପରେ ଆଜି ଏକାଠି ହୋଇ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି ତାହା ଅନ୍ୟ ବିଦ୍ୟାର୍ôଥମାନେ ଅନୁକରଣ କରିବା ଉଚିତ ବୋଲି ପ୍ରକାଶ କରିଥିଲେ। କାର୍ଯକ୍ରମ ପରିଚାଳନାରେ ତୁଷାର, ତନୁଜ, କେଦାର, ବିଜୟ, ସୁବ୍ରତ, ପ୍ରଭାସ, ହୃଷୀକେଶ, ସତ୍ୟଭାମା, ଦେବିପ୍ରିୟା, ସତ୍ୟଭାମା, ସସ୍ମିତା, ମିନତୀ, କନକ, ଉର୍ବଶୀଙ୍କ ସମେତ ବହୁ ପୁରାତନ ବନ୍ଧୁ ଯୋଗଦାନ କରି ବେଶ୍ ଆନନ୍ଦ ଉଲ୍ଲାସରେ କାର୍ଯ୍ୟକ୍ରମ ପାଳନ କରିଥିଲେ । ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଂଗଠନ କରାଯାଇ ସମାଜ ମଙ୍ଗଳ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ବୈଠକରେ ସ୍ଥିର ହୋଇଥିବା ପୁରାତନ ଛାତ୍ରଛାତ୍ରୀମାନେ କହିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *