ବରୀ(ରତ୍ନଗିରି ନ୍ୟୁଜ): ଯୁଧିଷ୍ଠିର ତ୍ରିପାଠୀ ମେମୋରିଆଲ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟ ଓ କମଳା ହୋମିଓ ସେବା ସଦନ ମିଳିତ ଆନୁକୁଲ୍ୟରେ ଅରଙ୍ଗାବାଦ୍ ଚତର ଠାରେ ଟ୍ରଷ୍ଟ ର ସଭା ଗୃହରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି ଏହି ଜୟନ୍ତୀ ସମାରୋହ କୁ ଯୁବ ଜ୍ୟୋତିର୍ବିଦ ଓ ସ୍ତମ୍ଭାକାର ଡକ୍ଟର ଅମୂଲ୍ୟ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ସମାରୋହ କୁ ଉଦ୍ଘାଟନ କରିଥିଲେ। ଗୋପବନ୍ଧୁ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା ଏବଂ ଗୋପବନ୍ଧୁ ଙ୍କ ଉଦ୍ଦେଶ୍ୟ ରେ ଏକ ମିନିଟ୍ ନିରବ୍ ପ୍ରାର୍ଥନା କରାଯାଇଥିଲା । ଜୟନ୍ତୀ ସମାରୋହ ର ଆବାହକ ଯୁବ ସମାଜସେବୀ ଡ଼ଃ ବିଶ୍ଵନାଥ ତ୍ରିପାଠୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ସହିତ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶନ ଏବଂ ପରୋପକାର, ସାହିତ୍ୟ ସାଧନା,ସେବାପରାୟଣତା ଉତ୍ସଗୀକୃତ ସମାଜ ସେବା ପ୍ରତ୍ୟେକ ସମାଜ,ବ୍ୟକ୍ତି, ଅନୁଷ୍ଠାନ ସର୍ବୋପରି ଯୁବ ସମାଜ ପାଇଁ ସଫଳକାମୀ ଏବଂ ଆଦର୍ଶ ବ୍ୟକ୍ତିତ୍ଵ ନିର୍ମାଣ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଜୟନ୍ତୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ପ୍ରାକ୍ତନ ସେନା କର୍ମଚାରୀ ମଦନ ମୋହନ ପତି, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଅଜୟ କୁମାର ସାହୁ,ଭୂପତି ମଲ୍ଲିକ,କଳାମାଟିଆ ମଠର ମଠାଧିସ ଶ୍ୟାମସୁନ୍ଦର ଦାସଜୀ ମହାରାଜ, ଟ୍ରଷ୍ଟ ର ଅଧ୍ୟକ୍ଷା ଚଞ୍ଚଳା ତ୍ରିପାଠୀ ଯୋଗ ଦେଇ ସାହିତ୍ୟ,ସମାଜସେବା,ସାମ୍ବାଦିକତା , ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଶିକ୍ଷା କ୍ଷେତ୍ରରେ ନୈତିକ ମୂଲ୍ୟବୋଧ ଭିତ୍ତିକ ଦୃଷ୍ଟି କୋଣ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଵଂୟ ସମ୍ପୂର୍ଣ୍ଣା ତ୍ରିପାଠୀ,ବିପ୍ଲବ ସାମଲ,କୃଷ୍ଣଚନ୍ଦ୍ର ଧଳ, କାହ୍ନୁଚରଣ ନାୟକ,ପ୍ରତିଭା ତ୍ରିପାଠୀ,ଚିତ୍ତ ରଞ୍ଜନ ପାଢ଼ୀ ପ୍ରଭୃତି ଯୋଗ ଦେଇଥିଲେ। ହରପ୍ରସାଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।