ବରୀ ୧୦/୧୧(ରତ୍ନଗିରି ନ୍ୟୁଜ) : ଜଗନ୍ନାଥ ସଂସ୍କୃତିର ବିକାଶ, ପ୍ରସାରପ୍ରଚାର ସାଙ୍ଗକୁ ଗ୍ରାମାଞ୍ଚଳର ଭିତ୍ତିଭୂମୀ ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ତଥା ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଆନୁଷ୍ଠାନିକ ଭାବେ ଶୁକ୍ରବାର ଦିନ ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ବରୀ ବ୍ଲକ୍ ପାଇଁ ରମ୍ପା ପଞ୍ଚାୟତର ନେଉଳା ଖେଳପଡିଆଠାରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରୀ ବ୍ଲକ୍ର ୨୯ ଗୋଟି ପଞ୍ଚାୟତ ପାଇଁ ୧୪କୋଟି ୫୦ ଲକ୍ଷ ଟଙ୍କାର ୩୯୯ଗୋଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏତଦ୍ଭିନ୍ନ ୫ଟି ମାଧ୍ୟମରେ ବରୀ ବ୍ଲକ୍ ଅଧିନରେ ଥିବା ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ଦିଆଯାଇଥିବା ଅନୁଦାନ ବ୍ରାହ୍ମଣୀ ନଦୀର କୁଶବଟ, ତନ୍ତିଘାଇର ଚଟୁମାରୀ, ବୋଦୁଅର ଚିଙ୍ଗୁଡିଆ ନାଳ ନିକଟରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ସେତୁ ନିର୍ମାଣ, କଳାମାଟିଆ ଠାରେ ଅଡିଟୋରିୟମ୍ ନିର୍ମାଣ ପାଇଁ ୪୦ଲକ୍ଷ ଟଙ୍କା ପ୍ରଦାନ ସମ୍ପର୍କରେ ୫ଟି ଅଧ୍ୟକ୍ଷ ଘୋଷଣା କରିଥିଲେ । ବରୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଧାୟିକା ସୁନନ୍ଦା ଦାସ ବରୀ ବାସୀଙ୍କ ପକ୍ଷରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେଉରା, ବରୀ ପଞ୍ଚାୟତ ସମିତ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ବିଡ଼ିଓ ତ୍ରିଲୋଚନ ମଲିକ, ତହସିଲଦାର ସାଇ ପ୍ରସାଦ ଲୋକନାଥ ସେଠୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠୀ, ପ୍ରଗତି ସହାୟକ ଲକ୍ଷ୍ମିକାନ୍ତ ମହାରଣା, ସହକାରୀ ଯନ୍ତ୍ରୀ ସନ୍ଦିପ ଦାସ, ବିଭୂତିଭୂଷଣ ପଣ୍ଡା, ବରିଷ୍ଠ କିରାଣୀ ସରୋଜକାନ୍ତ ମହାନ୍ତି, ବ୍ଲକ୍ର ସମସ୍ତ କନିଷ୍ଠଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ବ୍ଲକ୍ର ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ ।