ଭୁବନେଶ୍ବର :୧୮ରୁ ବସିବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଅଧିବେଶନ ଏପ୍ରିଲ୍ ମାସ ୯ ତାରିଖ ଯାଏ ଚାଲିବ। ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆଜି ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକ ଦଳ ବୈଠକ ବସିବ। ବିଜେଡି ବିଧାୟକ ଦଳ ବୈଠକ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ବିଜେପି ବିଧାୟକ ଦଳ ବୈଠକ ଦିନ ସାଢ଼େ ୧୨ଟାରେ ବିରୋଧୀ ଦଳ ଉପପେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଦଳର ବିଧାୟକମାନଙ୍କ ସହ ରାଜ୍ୟ ନେତୃବୃନ୍ଦ ମଧ୍ୟ ଯୋଗ ଦେବେ। ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହେବ। ୧୮ ତାରିଖ ସନ୍ଧ୍ୟାରେ ୬ଟାରେ କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ଆଉ ଥରେ ବିଧାୟକମାନଙ୍କ ବୈଠକ ହେବ ବୋଲି ସୂଚନା ମିଳିଛି।
Related Stories
November 8, 2024