ଯାଜପୁର (ରତ୍ନଗିରି ନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ ବାଲିବିଲ ପଞ୍ଚାୟତ ରାଜାତୋଟା ଠାରେ ଥିବା ଆମ୍ର କାନନ ଶିକ୍ଷା ନିକେତନ ହାଇସ୍କୁଲ ର ୧୯୯୧ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀଙ୍କ ମିଳିତ ଉଦ୍ୟମରେ ବନ୍ଧୁମିଳନ ଓ ପୂଜ୍ୟ ପୁଜା ର ଉଛବ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟ କ୍ରମରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶୋକ କୁମାର ସାମଲ ସଭାପତି ତ୍ୱ କରୁଥିବା ବେଳେ ପ୍ରଦୀପ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଦିବଗଂତ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ଉଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ଵୃନ୍ଦାବନ ସାମଲ , ଲାଲବିହାରୀ ସାମଲ ,ଅଭିରାମ ସାମଲ ,କାହ୍ନୁଚରଣ ପଣ୍ଡା ,ଗୈ।ରାଗଂ ଚରଣ ଜେନା , ଭଗବାନ ପଢ଼ିହାରି , ସୁନାକର ପଣ୍ଡା ,ସଂଘମିତ୍ରା ସାମଲ , ପିତାମ୍ବର ରାଉତ ,ମିନତୀ ସାମଲ , ଗୋପାଳ ଚନ୍ଦ୍ର ମହାନ୍ତି , ହରପ୍ରସାଦ ପାଢ଼ୀ , ଲକ୍ଷ୍ମୀପ୍ରିୟା ସାହୁ ,ଅନନ୍ୟା ବିଶ୍ୱାଳ ଯୋଗଦେଇ ପୁରୁଣା ସ୍ମୃତିକୁ ସାଉଁଟି ରଖିବାରେ ବନ୍ଧୁମିଳନ ହୋଇଛି ଏକ ପ୍ରତେକ୍ଷ ସ୍ଥଳ , ପୁରାତନ ଛାତ୍ର ଛାତ୍ରୀ ଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ସେହିପରି ପୁରାତନ ଛାତ୍ର ଛାତ୍ରୀ ମାନେ ନିଜର ବିଗତ ଦିନର ପୁରୁଣା ସ୍ମୃତି ଅନୁଭୁତି କୁ ବଖାଣି ଖୁସି ବାଣ୍ଟି ଥିଲେ ।
ପୁରା ତନ ଛାତ୍ର ତଥା ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ସାମଲ କାର୍ଯ୍ୟ ରେ ସହଯୋଗ କରିଥିବାର ଦେଖିବା କୁ ମିଳିଥିଲା ।