ପୁରୀ (ରତ୍ନଗିରି ନ୍ୟୁଜ୍) : କୋଭିଡ-19ର ଦ୍ଵିତୀୟ ଲହର ପ୍ରଭାବରୁ ମୁକ୍ତି ପାଇବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତ ଏବଂ ସେମାନଙ୍କ ପରିବାର ପାଇଁ ହୋମିଓପ୍ୟାଥିକ ରୋଗପ୍ରତିରୋଧ ଶକ୍ତିଵର୍ଧକ ଔଷଧ ବଣ୍ଟନ ନିମିତ୍ତ ଏକ ୩ଦିନିଆ ଶିବିର ଆୟୋଜନ କରାଯାଇଛି।ବଡଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସର ସମିଳନୀ କକ୍ଷରେ ଆୟୋଜିତ ଶିବିରର ଆଜି ପ୍ରଥମ ଦିନରେ ବିଭିନ୍ନ ଵର୍ଗର ପ୍ରାୟ 150 ସେବାୟତ ପରିବାର ଆସି ହୋମିଓପ୍ୟାଥିକ ଔଷଧ ସଂଗ୍ରହ କରିଥିଲେ।ଔଷଧ ସେବନ ସହିତ ଅନ୍ୟ ସବୁପ୍ରକାର ସତର୍କତା ଅବଲମ୍ବନ ପାଇଁ ସେମାନଙ୍କୁ ସଚେତନ କରାଯାଇଥିଲା।ସୂଚନାଯୋଗ୍ୟଯେ ଶିବିରଟି ତା 12, 13 ଏବଂ 15 ତାରିଖଦିନ ସକାଳ 10 ଟା ରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଚାଲିବାପାଇଁ ନିଷ୍ପତ୍ତି ନିଆଯାଇଛି।ଶ୍ରୀମନ୍ଦିର ଚିକିତ୍ସାଳୟର ଚିକିତ୍ସକ ଡା ପଞ୍ଚାନନ ପ୍ରଧାନ ଏହି ଶିବିରକୁ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ସଂଘମିତା ଦତ୍ତ ମହାପାତ୍ର,ପ୍ରଫୁଲ୍ଲ କାନ୍ତି ଦେ ,ବନଲତା ପାଢ଼ୀ ଏବଂ ଶୁଭ୍ରାଂଶୁ ଶେଖର ନାୟକଙ୍କ ସହଯୋଗରେ ପରିଚାଳନା କରୁଛନ୍ତି।
Related Stories
June 13, 2021