ଯାଜପୁର (ରତ୍ନଗିରି ନ୍ୟୁଜ୍)-ଅଭିମନ୍ୟୁ ବାଲିଆ ଗ୍ରାମର ସୁଚିତ୍ରା ଦେବୀ ଚାରି ଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଆଜି ଅନୁଷ୍ଠାନର ବାର୍ଷିକୋତ୍ସବ ଅବସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସୁଚିତ୍ରା ଦେବୀ ରାଜତନ୍ତ୍ର ବ୍ୟବସ୍ଥାର ଶେଷ ଜମିଦାର ଚୈାଧୁରୀ ନବଘନ ସାମନ୍ତ ସିଂହାରଙ୍କ ପୁତ୍ରବଧୁ । ସେ ଜଣେ ଅତ୍ୟନ୍ତ ଧର୍ମପ୍ରାଣା ତଥା ପରୋପକାରୀ ମହିଳା ଥିଲେ । ତାଙ୍କ ସ୍ମତିରେ ତିଆରି ଏହି ଅନୁଷ୍ଠାନ ବିୁଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ , ଆଜି ସ୍ୱର୍ଗତା ରାୟଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ସମ୍ଭୁନାଥ ମହାପାତ୍ର, , ବିଶିଷ୍ଟ ପରିବେଶ ବିତ ତଥା ପୂର୍ବତନ ସୈନ୍ୟବିଭାଗୀୟ ଅଧିକାରୀ କ୍ଷୀରୋଦ ଜେନା ଓ ଯୁବ ସମାଜ ସେବୀ ତଥା ମାହାବାହୁ ଗୃପର ପ୍ରତିଷ୍ଠାତା ଶିବ ପ୍ରସାଦ ସାମଲଙ୍କୁ ସୁଚିତ୍ରା ଦେବୀ ସମ୍ମାନ ୨୦୨୧ ରେ ସମ୍ମାନୀତ କରାଯାଇଥିଲା । ସାଇ ଶାନ୍ତି ଚକ୍ଷୁ ଚିକିତ୍ସାଳୟର ସଭାପତି କୈଳାସ ଚନ୍ଦ୍ର ବେଉରିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଟ୍ରଷ୍ଟର ସଭାପତି କାଦମ୍ବିନୀ ରାୟ ଉକ୍ତ କାର୍ଯ୍ୟକ୍ରମରେ ପୈାରୋହିତ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ବିଦଗ୍ଧାର ସଭାପତି ଶରତ କୁମାର ଜେନା ସଂଚାଳିତ କରିଥିଲେ । ଉପଦେଷ୍ଠା କୁଞ୍ଜ ବିହାରୀ ରାୟ ସଭାରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଲୋକନାଥ ରାୟ ସଭାସଦ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ଚକ୍ଷୁରୋଗୀ ଯୋଗଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବୈଷ୍ଣବ ମାନଙ୍କ ଦ୍ୱାରା ଭଜନ ଓ ଶ୍ରୀ ନାମ ସଂକୀର୍ତ୍ତନ କରାଯାଇଥିଲା ।
Related Stories
November 14, 2024