ସୀମାରେ ମାଓ ହିଂସା । ବିଜାପୁରରେ ଜଣେ ଯବାନଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ବେଳେ ସୁକମା ଜିଲ୍ଲାରେ ଜେସିବି ପୋଡିଦେଲେ ମାଓବାଦୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲାରେ ମଧ୍ୟ ମାଓବାଦୀ ଜଣେ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୋନୁ ପୁନମ ନାମକ ଜଣେ ଡିଆରଜି ଯବାନଙ୍କୁ ମାଓବାଦୀ ମାନେ ଗତକାଲି ଅପହରଣ କରିନେଇଥିବା ବେଳେ ଆଜି ସକାଳେ କେସକୁତୁଲ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସେହିପରି ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ବିଲ ସଫା କାମରେ ନିୟୋଜିତ ଏକ ଜେସିବି ମେସିନ୍ ଜାଳିଦେଲେ ମାଓବାଦୀ। ଘଟଣାସ୍ଥଳରେ ଉପସ୍ଥିତ ଥିବା ୩ ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗୋଟିଏ ଟ୍ରାକ୍ଟରକୁ ନେଇଯାଇଛନ୍ତି ସଶସ୍ତ୍ର ମାଓବାଦୀ। ସୁକମା ଜିଲ୍ଲା କୋଣ୍ଟା କ୍ଷେତ୍ର ଅନ୍ତର୍ଗତ ମୁରଲିଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ତିନି ଜଣ ଆହତ ଡ୍ରାଇଭର୍ ଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି।
Related Stories
November 14, 2024