ବରଗଡ଼ (ରତ୍ନଗିରି ନ୍ୟୁଜ): ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଛତିଶିଗଡ ସିମାନ୍ତ ବିଳାସପୁର ପଂଚାୟତର ପଂଚାୟତ ହାଇସ୍କୁଲ ବିଳାସପୁର ଠାରେ ମାସ୍ ଅନୁଷ୍ଟାନ ସହାୟତାରେ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ ଗ୍ରାମାଂଚଳ ଲୋକଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଟିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ଅ।।ରଟିଓ ଏମ. ଆର ସୋହନ, ଜାରବନ୍ଧ ବ୍ଲକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ, ବିଳାସପୁର ସରପଂଚ ଚଇତିରାମ ନାୟକ,ବିଳାଶପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ ମିଶ୍ର, ଅମଠି ହାଇସ୍କୁଲ ପ୍ରଧାନ ଶିକ୍ଷକ ନନ୍ଦଲାଲ ନ୍ୟାକ, ମେଡିକାଲ ସୁପରଭାଇଜର ସୁଦାମ ମିର୍ଦ୍ଧା, ଓଡିଶା ଜିବିକାମିଶନର ତାମନ ସିଂ ଠାକୁର, ଏଏନଏମ ମିନା ପାଣ୍ଡେ, ପ୍ରମୁଖ ଯୋଗ ଦେଇ ସଡକ ସୁରକ୍ଷା, ଟ୍ରାଫିକ ନିୟମ ଉପରେ ବିଭିନ୍ନ ପରାମର୍ଶ ଦେଇଥିଲେ । ମାସ୍ ର କାର୍ଯ୍ୟକ୍ରମ ସଂ ଯୋଜକ ଆଦିକନ୍ଦ ବିଶ୍ୱାଳ ଉକ୍ତ କାର୍ଯ୍ୟକ୍ରମକୁ ସଂ ଯୋଜନା କରିଥିବା ବେଳେ ଶିକ୍ଷକ ଧର୍ମ ପ୍ରସାଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଜାନକୁ ଅଟକାଇ ସଚେତନ କରିବା ସଙ୍ଗେ ସଙ୍ଗେ ଷ୍ଟିକରମାନ ଗାଡିରେ ଲଗାଇ ସଟ୍ ବେଲ୍ଟ ଓ ହେଲେମେଟ ପିନ୍ଧିବାକୁ ଅନୁରୋଧ କରିଥିଲେ । ପରେପରେ ପ୍ଲାକ କାର୍ଡ, ବ୍ୟାନର ମାନ ଧରି ଛାତ୍ରଛାତ୍ରୀମାନେ ପିଇଟି ଶିକ୍ଷକ ଉଜ୍ଜଳ ନାୟକଙ୍କ ତତ୍ୱାବଧାନରେ ଏକ ପଦ ଯାତ୍ରା ରେ ଯାଇ ବିଳାସପୁର ଗ୍ରାମ ଓ ବଜାର ପ୍ରାଙ୍ଗଣ ପରିଭ୍ରମଣ କରି ଲୋକଙ୍କୁ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମକୁ ରେବତୀ ରାଉତ, ଘନ ପ୍ରଧାନ,ହାରାଧନ ଭାଇନା ପ୍ରମୁଖ ପରିଚାଳନା କରିଥିବା ବେଳେ ବିଳାସପୁର ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
Related Stories
November 14, 2024