ବରଗଡ଼ (ରତ୍ନଗିରି ନ୍ୟୁଜ): ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ସମ୍ମୁଖରେ ପାଇକମାଲ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ଆନୁକୂଲ୍ୟରେ ଶ୍ରୀ ଶ୍ୟାମ ମହୋତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଶ୍ୟାମ ଭକ୍ତ ମାନେ ପାଇକମାଳ ସ୍ଥିତ ଶିବ ମନ୍ଦିର ଠାରୁ ନିଶାନ ଯାତ୍ରାରେ ବାହାରି ଧର୍ମଶାଳା ନିକଟରେ ପୂଜା ମଣ୍ଡପକୁ ଆସିଥିଲେ । ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତ ସାମିଲ ହୋଇଥିଲେ । ମୁଖ୍ୟ ସମାରୋହ ଶ୍ୟାମ ବାବାଙ୍କର ପୂଜା କରିବା ପରେ ମହା ଆଳତି ଅନୁଷ୍ଠିତ ହେବା ପରେ ଭକ୍ତ ମାନେ ଧାଡିରେ ଆସି ଶ୍ୟାମ ବାବାଙ୍କର ଦର୍ଶନ କରିବା ସହ ଅହୁତି ପ୍ରଦାନ କରିଥିଲେ ।
ଏହାପରେ ବାବାଙ୍କର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଦିଲ୍ଲୀ , ରାଜସ୍ଥାନ , ମଧ୍ୟପ୍ରଦେଶ , ଝାରଖଣ୍ଡ , ଓ ଛତିଶଗଡ଼ ରୁ ଆସିଥିବା କଳାକାର ମାନେ ମାନମୋହକ ଭଜନ ଭକ୍ତମାନଙ୍କୁ ଆକୃଷ୍ଟ କରିଥିଲେ । ଏହି କାର୍ଯକ୍ରମକୁ ଆସିଥିବା ଓଡିଶା ଓ ଛତିଶଗଡ଼ ର ପ୍ରତ୍ୟେକ ଭକ୍ତ ମାନଙ୍କୁ ସାନିଟାଇଜ କରାଯିବା ସହିତ ପ୍ରତ୍ୟେକଙ୍କୁ ମାସ୍କ ବଣ୍ଟନ କରାଯାଇଛି । ସମସ୍ତ ଭକ୍ତମାନଙ୍କ ପାଇଁ “ଶ୍ୟାମ ରସୋଇ”ରେ ପ୍ରାସାଦର ର ମଧ୍ୟ ସୁବ୍ୟବସ୍ଥା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶ୍ୟାମ ମିତ୍ର ମଣ୍ଡଳ ପାଇକମାଳର ସମସ୍ତ ସଭ୍ୟ ସଭ୍ୟାମାନେ ସହଯୋଗ କରିଥିଲେ ।