ଯାଜପୁର (ରତ୍ନଗିରି ନ୍ୟୁଜ ): ଶିକ୍ଷା ହିଁ ମଣିଷ କୁ ଅନ୍ଧକାର ରୁ ଆଲୋକ କୁ ଆଣିଥାଏ। ଶିକ୍ଷା ଦ୍ୱାର ସାମାଜିକ ମୂଲ୍ୟବୋଧ ମଣିଷ ନିକଟରେ ପହଞ୍ଚିବାର ଏକ ଉଚ୍ଚ ମାଧ୍ୟମ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ମଲ୍ଲିକ ଙ୍କ ଶିକ୍ଷକ ଜୀବନରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ଯୋଗ ଦେଇ ବକ୍ତା ମାନେ ମତ ରଖିଥିଲେ। ନିଜ କର୍ମ ଭୂମୀ ଭଦ୍ରକ ଜିଲ୍ଲା ସ୍କୁଲ ରୁ ଚାକିରୀ ଜୀବନ ଶେଷ କରି ନିଜ ଜନ୍ମ ଭୂମୀ କୁ ଫେରିଲା ବେଳେ ଶ୍ରୀଯୁକ୍ତ ମଲ୍ଲିକ ଯେଉଁ ବିଦ୍ୟାଳୟ ଗୁଡ଼ିକ ରେ କାର୍ଯ୍ୟରତ ଥାଇ ଯେଁଉ ସବୁ ପ୍ରଶଂସା ସାଉଁଟି ଥିଲେ ତାହାର ନିଶ୍ଚକ ଉଦାହରଣ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ନିଜ ଗାଁ ମାଟିରେ। ଉଦୟ ନାଥ ପୁର ପଞ୍ଚାୟତ ର ଚାରିମାଣିଆ ଠାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା। ଏହି ସଭା ରେ ସନ୍ଥନ ମହା ବିଦ୍ୟାଳୟର ଅଧକ୍ଷ ବିଜୟ କୁମାର ଦାଶ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏ ଇ ଓ ସୁରେଶ ସାମଲ, ମୁଖ୍ୟା ବ୍ୟକ୍ତା ଭାବେ ପ୍ରଫେସର ଦେବପ୍ରସାଦ ସାମଲ ସମ୍ମାନୀୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ତପସ୍ଵିନୀ ଦାସ, ସେକ୍ ଅବଦୁଲ ଖଲିକ୍ ଯୋଗ ଦେଇଥିଲେ। ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ରେ ଶ୍ରୀଯୁକ୍ତ ମଲ୍ଲିକ କାର୍ଯ୍ୟରତ ଥିବା ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ତାଙ୍କର ପ୍ରଶଂସା କରିବା ଓ ସ୍ମୃତି ସାଉଁଟି ବା ବେଳେ ଭାବ ବିହୋଳ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀଯୁକ୍ତ ମଲ୍ଲିକ କେବଳ ଜଣେ ଶିକ୍ଷକ ନୁହେଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସଂସ୍କାର ମୂଳକ କାର୍ଯ୍ୟ ପାଈଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଏହି ସମ୍ବର୍ଧନା ସଭାରୁ ପ୍ରତୀୟ ମାନ ହେଉଛି। ଉପସ୍ଥିତ ଥିବା ସମସ୍ତେ ଧନ୍ୟବାଦ୍ ର ପାତ୍ର ବୋଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବାନ ପଢ଼ୀୟାରି କହିଥିଲେ।
Related Stories
November 14, 2024