ଯାଜପୁର : ବରୀ ବ୍ଲକ ଭଅଁରା ପଂଚାୟତର ଭୁରୁଙ୍ଗା ଗ୍ରାମର ନିରଂଜନ ଷଡଙ୍ଗୀ (୫୧) ଙ୍କ ଦୁଇ ଝିଅ ଗୋଟିଏ ପୁଅକୁ ନେଇ ତାଙ୍କର ସଂସାର । ନୀରଂଜନ ପ୍ରଥମେ ପାରାଦୀପରେ ଏକ ଘରୋଇ ସଂସ୍ଥାରେ କାମ କରିବା ପରେ କଳିଙ୍ଗନଗର ଶିଳ୍ପାଂଚଳରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ସେଠାରେ କାର୍ଯ୍ୟ କରୁଥିବା ସମୟରେ ନିରଞ୍ଜନକୁ ପ୍ରଥମେ ଥଣ୍ଡାଜର ଆରମ୍ଭ ହେବା ପରେ ସୁଜନପୁର ମେଡିକାଲରେ ଚିକିତ୍ସା କରିଥିଲେ । ପରେ ପରେ ଯାଜପୁରରେ ଚିକିତ୍ସା କରିବା ପରେ ତାଙ୍କୁ ଶିବିୟର୍ ଡାଇବେଟିକ୍ସ ହେବା ସହିତ କିଡିନି ଖରାପ ପରି ବହୁ ସମସ୍ୟା ଥିବାର ଜଣାପଡିଛି ।
ଧିରେ ଧିରେ ରୋଗ ବଢିବା ସହିତ ଯନ୍ତ୍ରଣା ଦିନକୁ ଦିନ ବଢୁଛି । ଜମି ବାଡି, ସୁନା ରୂପା ଆଦି ଯାହା କିଛି ଟଙ୍କା ପଇସା ଥିଲା ସବୁ ତାଙ୍କର ଚିକିତ୍ସା କରାଇବାରେ ଖର୍ଚ୍ଚ ହୋଇସାରିଛି । କଟକ ବଡମେଡିକାଲରୁ ଫେରିବା ପରେ ଘରେ ଗୋଟିଏ ଖଟରେ ଶୋଇ ରହିବା ସହିତ ସେଠାରେ ଝାଡା, ପରିସ୍ରା କରୁଛନ୍ତି । ରୋଗକୁ ଚିକିତ୍ସା କରାଇବାକୁ ଇଛା ଥିଲେ ମଧ୍ୟ ପାଖରେ ପଇସା ନାହିଁ କେବଳ କଷ୍ଟ ଭୋଗିବା ସହିତ ଗୋଟିଏ ଜାଗାରେ ବସିବା ମଧ୍ୟ କଷ୍ଟକର ହୋଇପଡିଛି । ଦେହର ଅଂଟା ତଳକୁ ଗୋଡ କାମ କରୁନାହିଁ । ଏପରି ଅବସ୍ଥାରେ ଘର ଚଳିବା ମଧ୍ୟ କଷ୍ଟକର ହୋଇପଡିଛି । ତାଙ୍କର ଏହି ଅବସ୍ଥା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସି ପକ୍ଷରୁ ନିବେଦନ କରାଯାଇଛି ।