ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ କମୁଛି ଟିକାକରଣ । ରାଜ୍ୟରେ ଖୋର୍ଦ୍ଧା ସମେତ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ, କିନ୍ତୁ ଭୁବନେଶ୍ୱରରେ ଟିକାକରଣ ଜାରି ରହିବ ବୋଲି କୁହାଯାଇଛି । ୧୨ ଜିଲ୍ଲା ଯଥା-ଖୋର୍ଦ୍ଧା, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର,ଭଦ୍ରକ, ଝାରସୁଗୁଡା, କେନ୍ଦ୍ରପଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ପୁରୀରେ ଟିକାକରଣ ବନ୍ଦ ରହିବ ।ତେବେ ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟରେ ୧୪୭୬ ଟିକାକେନ୍ଦ୍ରରେ ଟିକା ଦିଆଯିବାର ବ୍ୟବସ୍ଥା ରହିଛି । ଗତକାଲି ୪୬୯ ଟିକାକେନ୍ଦ୍ରରେ ୪୩ ହଜାର ୮୫୩ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୭ ଲକ୍ଷ ୪୮ ହଜାର ୭୬୯ ଡୋଜ୍ ଦିଆ ଯାଇଥିବା ଜଣାପଡିଛି ।
Related Stories
November 14, 2024