ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ): ରାଜ୍ୟରେ ୨୪ଘଣ୍ଟା ଭିତରେ ୬୯୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪ହଜାର ୫୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୯ଶହ ୪୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଅନୁଗୁଳରୁ ୩୨୫, କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, ଢ଼େଙ୍କାନାଳରୁ ୨୨, ମୟୁରଭଂଜରୁ ୩୦୮, ନବରଙ୍ଗପୁରରୁ ୨୫୫, ସମ୍ବଲପୁରରୁ ୩୨୩, କୋରାପୁଟରୁ ୫୭, ଭଦ୍ରକରୁ ୯୧, ବରଗଡ଼ରୁ ୩୩୦ ବଲାଙ୍ଗୀରରୁ ୨୩୬, ଯାଜପୁରରୁ ୨୨୬, ପୁରୀରୁ ୨୮୮ , ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦, ସୁବର୍ଣ୍ଣପୁରରୁ ୧୩୧, ଗଞ୍ଜାମରୁ ୧୨୮, ଗଜପତି ଓ ନୟାଗଡ଼ରୁ ୧୨୧ ଲେଖାଏଁ, ବାଲେଶ୍ୱରରୁ ୯୭, ଜଗତସିଂହପୁରରୁ ୧୦୪, ମାଲକାନଗିରିରୁ ୭୦, କେନ୍ଦ୍ରାପଡ଼ାରୁ ୭୭, ଦେବଗଡ଼ରୁ ୭୪, କନ୍ଧମାଳରୁ ୪୫, ବୌଦ୍ଧରୁ ୬୫ ଓ ଷ୍ଟେଟ୍ ପୁଲରୁ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୪ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ପୁରୀରୁ ୨, ରାୟଗଡ଼ାରୁ ୨ ଅନୁଗୁଳରୁ ଜଣେ, କଟକରୁ ଜଣେ, କେନ୍ଦୁଝରରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଯାଇଛି।
Related Stories
December 21, 2021
December 19, 2021