ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ ): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର କୋପ ଲମ୍ବି ଚାଲିଛି । ଦିନକୁ ଦିନ ଲଗାତାର ବଢି ଚାଲିଛି ସଂକ୍ରମଣ। ପୂର୍ବରୁ ଦୈନିକୁ ୫୦୦ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୬୧ଟି ବୋଲି ଜଣାପଡିଛି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରେ ୨୦ ଜଣ , ବାଲେଶ୍ୱରରେ ୨୨, ବରଗଡ଼ରେ ୫୩, ଭଦ୍ରକରେ ୧୭, ବଲାଙ୍ଗିରରେ ୨୬, ବୌଦ୍ଧରେ ଜଣେ, କଟକରେ ୫୦, ଦେବଗଡ଼ରେ ଜଣେ, ଗଜପତିରେ ଜଣେ, ଗଞ୍ଜାମରେ ୩୧, ଜଗତସିଂହପୁରରେ ୨, ଯାଜପୁରରେ ୧୫, ଝାରସୁଗୁଡ଼ାରେ ୨୩, କଳାହାଣ୍ଡିରେ ୪୩, କନ୍ଧମାଳରେ ୫, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୨୫, କୋରାପୁଟରେ ୫, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୧୯, ନୟାଗଡ଼ରେ ୬, ନୂଆପଡ଼ାରେ ୬୧, ପୁରୀରେ ୪୫, ରାୟଗଡ଼ାରେ ୧୩, ସମ୍ବଲପୁରରେ ୪୮, ସୋନପୁରରେ ୨ ଜଣ, ଷ୍ଟେଟ୍ ପୁଲ୍ରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୪୫,୫୨୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୮,୬୬୨ ଜଣ ସୁସ୍ଥ ହୋଇସାରିଛନ୍ତି। ୪,୮୮୮ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୨୩ରେ ପହଞ୍ଚିଛି।
Related Stories
November 14, 2024