ଯାଜପୁର (ରତ୍ନଗିରି ନ୍ୟୁଜ୍ ଓଡିଶା) : ରାଜ୍ୟରେ କାର୍ଯ୍ୟରତ ମେଡ଼ିସିନ୍ ରିପ୍ରେଜେଣ୍ଟେଟିଭଙ୍କୁ କରୋନା ଯୋଦ୍ଧା ସହ ପ୍ରାଥମିକତା ଭିତ୍ତିରେ ଟୀକା ପ୍ରଦାନ କରିବା ପାଇଁ ସହଭାଗୀ ଶିକ୍ଷା ଓ ଗୋଷ୍ଠୀ ସଶକ୍ତିକରଣ ସଂଗଠନ ପକ୍ଷରୁ ଦାବି କରାଯାଇଛି l ସଂଘ ପକ୍ଷରୁ ଏହାର ରାଜ୍ୟ ସମ୍ପାଦକ ପ୍ରିୟବ୍ରତ ଜେନା ଏକ ପତ୍ର ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି ଯେ ବିପତ୍ତି ସମୟରେ ମେଡିସିନ ରିପ୍ରେଜେଣ୍ଟେଟିଭ ମାନେ ନିଜ ଜୀବନକୁ ବାଜି ଲଗାଇ ଔଷଧ ବିତରଣ କାର୍ଯ୍ୟ ତୁଲାଉଛନ୍ତି l ଏପରି ସ୍ଥଳେ ତୁରନ୍ତ ସେମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ କରୋନା ଟୀକା ପ୍ରଦାନ କରିବା ପାଇଁ ସେ ଅନୁରୋଧ କରିଛନ୍ତି l
Related Stories
November 8, 2024