ଭୁବନେଶ୍ବର (ବ୍ୟୁରୋ) : ବିଜେପି ରାଜ୍ଯ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପୂରଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ଯ ସରକାରଙ୍କୁ ଶାନ୍ତିରେ ଶୋଇବାକୁ ଦିଆଯିବ ନାହିଁ l ଗତ ସେପ୍ଟେମ୍ବରରେ ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବିଷୟରେ ସରକାରଙ୍କୁ ଅବଗତ କରାଇ ଥିଲୁ l ଏପରିକି ମାହାଙ୍ଗା ରୁ ଏକ ବଡ଼ସଭା ବିଜେପି ପକ୍ଷରୁ କରାଯାଇ ସବୁ ପଂଚାୟତରେ ଘରେ ଘରେ ପୋଷ୍ଟର ମରା ଯାଇଥିଲା ମାହାଙ୍ଗାରେ କୁଳମଣିଙ୍କୁ ହତ୍ୟା କରା ଗଲା l ଯାହାକୁ ନେଇ ଏକ ପ୍ରତିନିଧିଦଳ ପୋଲିସ ଡିଜିଙ୍କୁ ଏହି ବିଷୟରେ ଅବଗତ କରାଇଥିଲୁ l ଖୁବ୍ ଶୀଘ୍ର ସମାଧାନ କରିବେ ବୋଲି ଡିଜି କହିଥିଲେ କିନ୍ତୁ କୋଉ ଚାପ ରେ ପଡି ଏପର୍ଯ୍ୟନ୍ତ ତଦନ୍ତ କଲେ ନାହିଁ ଯାହାକୁ ନେଇ ଆସନ୍ତା 20ତାରିଖ ରେ ବିଜେପି ବିଧାନସଭା ଘେରାଉ କରିବ ସେ କହିଥିଲେ l ଆନ୍ଦୋଳନ ଏପରି ହେବ ଯେ ସରକାରଙ୍କ ନିଦ ହଜିଯିବ ବୋଲି ଶ୍ରି ହରିଚନ୍ଦନ କହିଥିଲେ l
Related Stories
October 27, 2024
September 30, 2024