ପୁରୀ(ରତ୍ନଗିରି ନ୍ୟୁଜ) : ଗତକାଲି ପବିତ୍ର ବସନ୍ତ ପଞ୍ଚମୀ ତଥା ରଥ କାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୈନିକ ଦାତା ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମା ସୁଭଦ୍ରଙ୍କ ୨ଟି ତଡକି ଏବଂ ୨ଟି ଝୋବା । ଏସବୁ ଅଳଙ୍କାରରେ ସମୁଦାୟ ୪କେଜି ୮୫୮ ଗ୍ରାମ ସୁନା ଏବଂ ୩କେଜି ୮୭୬ ଗ୍ରାମ ରୂପା ବ୍ୟବହାର ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ ଡା.କ୍ରିଷନ୍ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହି ଦାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡି ଏବଂ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ବ୍ୟବହାର ହେବ ।
Related Stories
November 14, 2024