ବଡ଼ଚଣା (ରତ୍ନଗିରି ନ୍ୟୁଜ): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ବାଲିକୁଦା ପାଲାମଣ୍ଡପ ଠାରେ ଯୁଗାନ୍ତର ସାଂସ୍କୃତିକ ପରିଷଦ ପକ୍ଷରୁ ଉତ୍କଳ ଦିବସ ସମାରୋହ ଓ କବିତା ପାଠୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବକୁ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବର୍ଷିୟାନ ସମାଜସେବୀ ହରିଶ୍ଚନ୍ଦ୍ର ପ୍ରଧାନ ପ୍ରଦିପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।ପରିଷଦର ସଭାପତି ଭଜହରି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଡଃ ଭାଗ୍ୟଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବେ ପ୍ରଫେସର ଡ଼ଃ ବେଣୁଧର ଦାସ ଯୋଗଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରୁଷ ମାନଙ୍କ ଅବଦାନକୁ ମାନେ ପକାଇ ଦେବା ସହ ସମସ୍ତଙ୍କ ଭିତରେ ଜାତୀୟତାବାଦୀ ଚିନ୍ତାଧାରା ରହିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ ଡଃ ଯଦୁନାଥ ପ୍ରଧାନ, ପ୍ରଫେସର ଦେବ ପ୍ରସାଦ ସାମଲ, ବିଶିଷ୍ଟ ସ୍ତମ୍ଭକାର ଛନ୍ଦା ମିଶ୍ର ଯୋଗଦେଇ ଆଜି ଦିନର ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ପ୍ରାକ୍ତନ ବିଧାୟକ ମାନଗୋବିନ୍ଦ ସାମଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାହିତ୍ୟିକ ସୁରେନ୍ଦ୍ର ନାଥ ଭୂୟାଁ, ଶିକ୍ଷାବିତ କିଶୋର ଚନ୍ଦ୍ର ଜେନା, ମାନସିକ ରୋଗ ବିଶେଷଜ୍ଞ ଡା ସତ୍ୟକାମ ମହାପାତ୍ର,ସୁସାହିତ୍ୟିକା ନିର୍ମଳା ବାଳା ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମହାନ୍ତି, ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଦୁର୍ଗାଚରଣ ସାହୁ, କଣ୍ଠଶିଳ୍ପୀ ବିନୋଦ ବିହାରୀ ବେହେରା, ସାହିତ୍ୟ ସଂଗଠକ ଗୈତମ ଚରଣ ଜେନା,କୃଷକ ନେତା ନିମାଇଁ ଚରଣ ରାୟ, ବିଶିଷ୍ଟ ଦନ୍ତ ଚିକିସ୍ଛକ ଡା ସିଦ୍ଧାର୍ଥ ସାମଲ, ସଂସ୍କୃତ ପଣ୍ଡିତ ଦୁର୍ଯ୍ୟୋଧନ ଶତପଥୀ, କଣ୍ଠଶିଳ୍ପୀ ଲବଙ୍ଗ ଲତା ରାଉତ, କୃଷ୍ଣ ଚନ୍ଦ୍ର ପଣ୍ଡା, ଡଃ ନୃସିଂହ ଚରଣ ବେହେରା, ତ୍ରିଲୋଚନ ସେନାପତି ଓ ହଳଧର ମହାନ୍ତି ଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ବରୀ,ବଡ଼ଚଣା, ଧର୍ମଶାଳା ଓ ମାହାଙ୍ଗା ଆଦି ବ୍ଲକ ରୁ ଆସିଥିବା ବହୁ କବିମାନେ ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ।ପରିଷଦର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।