ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ଏକ ବଡ ନିଷ୍ପତି ନେଇଛନ୍ତି । ସେ ଆଜି ନିର୍ବାଚନ କମିସନରଙ୍କୁ କହିଛନ୍ତି ଯେ, ମିଡିଆକୁ ଉଚ୍ଚ ନ୍ୟାୟାଳୟରେ ରିପୋର୍ଟଂ କରିବାକୁ ରୋକାଯାଇ ପାରିବ ନାହିଁ । ସେଠାରେ ହେଉଥିବା ସମସ୍ତ ପ୍ରକାର ମୌଖିକ ଟିପ୍ପଣୀକୁ ମିଡିଆକୁ କଭର୍ କରିବାକୁ ଅନୁମତି ଦିଆଯିବ । କାରଣ ଗଣତନ୍ତ୍ରରେ ମିଡିଆ ହେଉଛି ଏକ ଶକ୍ତିଶାଳୀ ପ୍ରହରୀ । ତେଣୁ ଉଚ୍ଚ ନ୍ୟାୟାଳୟରେ ପ୍ରତିକ୍ଷଣରେ କଣ କଣ ନିଷ୍ପତି ନିଆଯାଉଛି ସେ ସବୁକୁ ରିପୋର୍ଟିଂ କରିବାକୁ ମିଡିଆକୁ ଅନୁମତି ମିଳିବ । ଏହାକୁ କେହି ରୋକିପାରିବେ ନାହିଁ ବୋଲି ନିର୍ବାଚନ କମିସନଙ୍କୁ କହିଛନ୍ତି । ତେଣୁ ନିର୍ବାଚନ କମିସନଙ୍କ ପକ୍ଷରୁ ହୋଇଥିବା ଆବେଦନ ଯେଉଁଥିରେ ଦର୍ଶାଯାଇଥିଲା ଯେ ମିଡିଆକୁ ଓରାଲ୍ ଅବଜରଭେସନ୍ର ରିପୋର୍ଟ କରିବାକୁ ରୋକାଯାଉ । ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସେ କହିଛନ୍ତି ଏହି ଆବେଦନ ଠିକ୍ ନୁହେଁ, ତେଣୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ ।
Related Stories
December 1, 2024
November 25, 2024