ନୂଆଦିଲ୍ଲୀ: ବଜେଟ ଅଧିବେଶନ ପୂର୍ବରୁ ଆଜି ଦିଲ୍ଲୀରେ ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ପାରିତ କରାଇବାକୁ ବିଜେଡି ପ୍ରସଙ୍ଗ ଉଠାଇଛି। ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯାହାକି ଲୋକସଭା ନିର୍ବାଚନରେ ୨୧ଟି ଆସନରୁ ୭ଟି ଆସନରେ ମହିଳାଙ୍କୁ ଟିକଟ ଦେଇଥିଲା। ଆଉ ୭ ଜଣଙ୍କ ମଧ୍ୟରୁ ୫ ଜଣ ଜିତିଥିଲେ। ବର୍ତ୍ତମାନ ୭ ଜଣ ମହିଳା ସାଂସଦ ଓଡ଼ିଶାରୁ ଥିବାରୁ ଏହା ଏକ ତୃତୀୟାଂଶ ହୋଇଛି |
ବର୍ତ୍ତମାନ କଂଗ୍ରେସ ଓ ବିଜେପି ସହିତ ଅନ୍ୟ ଦଳ ମଧ୍ୟ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛନ୍ତି। ଆଜିର ସର୍ବଦଳୀୟ ବୈଠକରେ ୱାଇଏସଆର କଂଗ୍ରେସ ଓ ଟିଆରଏସ ଖୋଲାଖୋଲି ଭାବେ ବିଜେଡିର ଏହି ପ୍ରସ୍ତାବକୁ ସମର୍ଥନ କରିବା ସହ ବିଲକୁ ମଧ୍ୟ ସମର୍ଥନ ଜଣାଇଥିଲେ। ଯେହେତୁ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ୨୦୧୦ ମସିହାରେ ପାରିତ ହୋଇସାରିଛି, ତେଣୁ ଚଳିତ ବଜେଟ ଅଧିବେଶନରେ ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ପାରିତ କରାଇବାକୁ ବିଜେଡି ଦାବି କରିଛି।|
ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ଲୋକସଭା ସାଂସଦ ପିନାକୀ ମିଶ୍ର କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ତଥା ମୁଖ୍ୟମନ୍ତ୍ରୀ ଏହି ବଜେଟ୍ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ବିଶେଷ ଅନୁରୋଧ କରିଛନ୍ତି।
Related Stories
October 27, 2024
September 30, 2024