ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ୍) :ଦେଶରେ କରୋନା ମହାମାରୀ ର ୧ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଓ ଅଖିଳ ଭାରତ କଂଗ୍ରେସ କମିଟି ଏ ଆଇ ସି ସି ର ପୂର୍ବତନ ସଭାପତି, ସାଂସଦ ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧକ୍ଷ ଅରବିନ୍ଦ ସିଂ ଙ୍କ ଆହ୍ୱାନ କ୍ରମେ ଦେଶରେ କରୋନା ମହାମାରୀ ସମୟ ରେ 15କୋଟି ରୁ ଉର୍ଦ୍ଧ ବେରୋଜଗାରୀ ହୋଇଥିଲା ବେଳେ 35କୋଟି ରୁ ଉର୍ଦ୍ଧ ଲୋକ ଆର୍ଥିକ ଅନାଟନ ସହିତ ଓଳିଏ ଖାଇବା ଓ ସର୍ବପରି 300ରୁ ଉର୍ଦ୍ଧ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ କରି ପୁଞ୍ଜି ପ୍ରତ୍ୟାହାର କରିବା, ଅଧ୍ୟାଦେଶ ଜରିଆରେ 44ଗୋଟି ଶ୍ରମ ଆଇନକୁ ସଂଶୋଧନ କରି 4ଗୋଟି କୋର୍ଡ ରେ ପରିଣତ କରିବା ଏବଂ 3 ଗୋଟି କୃଷକ ବିରୋଧୀ କୃଷି ଆଇନ ପାସ କରିଛନ୍ତି !ଏହାକୁ ନେଇ ଦେଶରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଥିବାରୁ ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଲକଡାଉନ ର ୧ ବର୍ଷ ପୂର୍ତ୍ତି କୁ ପ୍ରତିବାଦ ଦିବସ ଭାବେ ପାଳନ ପରିପ୍ରେକ୍ଷୀରେ ବ୍ୟାସନଗର ଗୋପବନ୍ଧୁ ଛକ ଠାରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି !ଏହି ପ୍ରତିବାଦ ସଭାରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଯୋଗ ଦେଇ କହିଲେକି ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବାସି ଙ୍କୁ ଉଦବୋଧନ ଦେଇ କହିଥିଲେ ବିଦ୍ୟୁତ ଲାଇଟ ବନ୍ଦ କରି ଅନ୍ଧାରରେ ଥାଳି, କର ତାଳି, ଦୀପ, ଘଣ୍ଟ ବଜାଇ କରୋନା ଭାଗାଓଁ ଦେଶ ବଞ୍ଚାଓ ଧ୍ଵନି ଦେଲେ ମହାଭାରତ ଯୁଦ୍ଧ 18ଦିନ ପରିବର୍ତ୍ତେ ଏହାକୁ 21ଦିନ ଭିତରେ ଦେଶ କରୋନା ମୁକ୍ତ ହେବ !ଆଜି ଏହି ବାର୍ତ୍ତା ର ୧ ବର୍ଷ ମଧ୍ୟରେ ଲୋକଙ୍କୁ ଭୟଭୀତ କରାଇ ଅଗଣତାନ୍ତ୍ରିକ ଭାବେ ଲୋକସଭା ଓ ରାଜ୍ୟସଭା ରେ ଅଧ୍ୟାଦେଶ ଜରିଆରେ ବିଲ ପାସ କରିବା ସହିତ ବଡ଼ ବଡ଼ ଶିଳ୍ପପତି ମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରୁଥିବା ବେଳେ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ସମସ୍ତ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ମାସିକ 7500ଟଙ୍କା ଓ 10କେଜି ଚାଉଳ ଯୋଗାଇ ଦେବାକୁ ଲୋକସଭା ରେ ଦେଇଥିବା ପ୍ରସ୍ତାବ କୁ ବି ଜେ ପି ସରକାର ପ୍ରତ୍ୟାଖାନ କରିବା ଘଟଣା କୁ ଶ୍ରୀ ମହାନ୍ତି ଦୃଢ଼ ନିନ୍ଦା କରିଥିଲେ !ଏହି ସଭାରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଆଇ ଏନ ଟି ୟୁ ସି ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ମାଝୀ, ବ୍ୟାସନଗର କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପ୍ରଭାତ ମହାପାତ୍ର, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ରାଇଚରଣ ମହାନ୍ତି, ଆଇ ଏନ ଟି ୟୁ ସି ର ନୃସିଂହ ଚରଣ ପହି, ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା ପଦ୍ମନାଭ ନାୟକ, ଜେମାମଣୀ କୁଅଁର, ଜଗବନ୍ଧୁ ନାୟକ, ସତ୍ୟପ୍ରକାଶ କୁଅଁର, ରାଘବ ସାହୁ, ସୁନିତା ଦାସ, ସୁନାରାମ ଟୁଡୁ ପ୍ରମୁଖ ବକ୍ତବ୍ୟ ରଖିବା ସହିତ ଆଗାମୀ ଦିନରେ ଦେଶରେ ସୃଷ୍ଟି ହୋଇଥିବା ଅରାଜକତା, ସାମ୍ପ୍ରଦାୟିକତା ବ୍ୟାପକ ଦର ଦାମ ବୃଦ୍ଧି, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ଦେଶ ତମାମ ପ୍ରତିବାଦ ଓ ଗଣ ବିକ୍ଷୋଭ କରିବା ସହିତ ଏହାକୁ ୨ୟ ସ୍ୱାଧୀନତା ସଂଗ୍ରାମ ର ଆଖ୍ୟା ଦେଇଥିଲେ ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।
Related Stories
November 14, 2024