ଭୁବନେଶ୍ୱର, ମାର୍ଚ୍ଚ ୧୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ମୁଖ୍ୟମନ୍ତ୍ରୀ ଆଜି ଟ୍ୱିଟ୍ କରି ମମତାଙ୍କ ଆରୋଗ୍ୟ କାମନା କରିଥିବା ସୂଚନା ମିଳିଛି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।ଗତ କାଲି ନିର୍ବଚନ ରାଲି ସମୟରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଠାରେ ଆହାତ ହୋଇଥିଲେ ଏହାପରେ ତାଙ୍କୁ ସଙ୍ଗେସଙ୍ଗେ କୋଲକାତାର ଏସଏସକେମ୍ ହସ୍ପିଟାଲ କୁ ନିଆଯାଇଥିଲା ଓ ବର୍ତମାନର ସୂଚନା ଅନୁଯାଇ ଆଜି ମମତାଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ ଏସଏସକେମ୍ ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି ଯେଉଁଥିରେ ମମତାଙ୍କ ପାଦ, କାନ୍ଧ ଓ ବେକରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ମମତା ବାନାର୍ଜୀ ରାଲି ସମୟରେ ପଡିଯିବାରୁ ତାଙ୍କ ଡାହାଣ କାନ୍ଧ ଓ ବେକରେ ଗଭୀର ଆଘାତ ଲାଗିଛି ।
Related Stories
November 14, 2024