ବରଗଡ଼(ସୌମ୍ୟରଞ୍ଜନ ମାଝୀ): ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଗାଁରେ ରାଜଗୋଁଡ ସାଂସ୍କୃତିକ ସମାଜ କ୍ଷତ୍ରିୟ ବଂଶ ମାଣ୍ଡୋସିଲ ସର୍କଳ ବାର୍ଷିକ ବୁଢାଦେଓ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୁଢାଦେଓ ପୂଜାର୍ଚ୍ଚନା ପରେ ଗୋଁଡ ସମାଜର ଅତିଥି ଓ ଭାଇଭଉଣୀମାନେ ବୁଢାଦେଓଙ୍କୁ ଦର୍ଶନ କରିଥିଲେ। ପରେ ଅବସରପ୍ରାପ୍ତ ଶିକ୍ଷକ ଦୈତାରି ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ମାଣ୍ଡୋସିଲ ସର୍କଳ ସଭାପତି ଲାଲ ମାଝୀ,ସୁଆବାହାଲ ସଭାପତି ଚନ୍ଦ୍ରମଣି ମାଝୀ, ପାଇକମାଳ ବ୍ଳକ ସଭାପତି ଜଗନ୍ନାଥ ପୁଟା, ସମ୍ପାଦକ ରୂପଧର ନାଏକ,ଚେରଙ୍ଗାଝାଞ୍ଜ ବୁଢାଦେଓ ଯୁବକ ସଂଘ ସଭାପତି କ୍ଷିତରାଜ ମାଝୀ, ନୃସିଂହନାଥ ସର୍କଳ ସଭାପତି ବସନ୍ତ ଧରୁଆ,ଝିଟିକି ସର୍କଳ ସମ୍ପାଦକ ରଞ୍ଜନ ମାଝୀ,ମାଣ୍ଡୋସିଲ ସରପଞ୍ଚ ହିମାଦ୍ରୀ ପୁଟା, ସମାଜସେବୀ ମଞ୍ଜସା ମାଝୀ, ଶିକ୍ଷକ ଲଦ୍ରୋ ଗଏଁତା, ଜୟସିଂ ମାଝୀ,ବିରାଟ ମାଝୀ, ରତ୍ନାକର ମାଝୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଉପସ୍ଥିତ ଥିଲେ।
ସଭାରେ ଗୋଁଡ ସମାଜର ଶିକ୍ଷା , ସ୍ବାସ୍ଥ୍ୟ,ଚାଳିଚଳଣୀ ,ସମାଜ କିପରି ଅଗ୍ରଗତି ହେବ ଏନେଇ ଅତିଥିମାନେ ମତ ରଖିଥିଲେ। ଭଗବାନ ମାଝୀ ବାର୍ଷିକ ବିବରଣୀ ପାଠ କରିଥିଲେ।କ୍ଷିତିରାଜ ଗଏଁତା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ରିଙ୍କୁ ମାଝୀ,ନିଲାଞ୍ଚଳ ମାଝୀ,ଡମ୍ବରୁ ମାଝୀ,ବରୁ ମାଝୀ,ଧନୀ ମାଝୀ, ଗୌରାଙ୍ଗ ମାଝୀ,ପରେଶ ମାଝୀ, ରଞ୍ଜନ ମାଝୀ,ଟେକେଚନ ମାଝୀ,ଭୁବନ ମାଝୀ, ଗୋବିନ୍ଦ ମାଝୀ,ଯାଦବ ମାଝୀ,ମିଣ୍ଟୁ ମାଝୀ ପ୍ରମୁଖ ସହଯୋଗ କରିଥିବା ବେଳେ ଶ୍ୟାମସୁନ୍ଦର ମାଝୀ ଧନ୍ୟବାଦ ଦେଇଥିଲେ।