ବରଗଡ଼, (ସୌମ୍ୟରଞ୍ଜନ ମାଝୀ): ପାଇକମାଳ ବ୍ଳକ ଭୂତମୁଣ୍ଡା ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନରେ ପୁରେନା ଓ ଇଚ୍ଛାପୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପୁରେନା ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ଭୂତମୁଣ୍ଡା ଓ ଭେରୁଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭୂତମୁଣ୍ଡା ଦଳ ବିଜୟୀ ହୋଇଥିଲା। ରାଜେଶ ସାହୁ ଓ ଶଶିକାନ୍ତ ସାହୁ ଖେଳ ପରିଚାଳନା କରିଥିଲେ। କୈଳାସ ମାଝୀ,ତୁଲାରାମ ପଟେଲ ସ୍କୋରର ଓ ବନମାଳୀ ମିର୍ଧା ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ପାଣି ପଞ୍ଚାୟତ ସଭାପତି ମଧୁସୂଦନ ସାହୁ,ସତାର ମାଝୀ,ଅଜିତ ପ୍ରଧାନ ଓ ଦିଲ୍ଳୀପ ବଢେଇ ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଆସନ୍ତାକାଲି ୪ଟି ମ୍ୟାଚ ହେବ ବୋଲି ସଭାପତି ଚକ୍ରଧର ପ୍ରଧାନ ସୂଚନା ଦେଇଛନ୍ତି।
Related Stories
November 14, 2024