ମାଲକାନଗିରି : ପୁଣି ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ୮୫ ପରିବାର। ଗତକାଲିଠାରୁ ଆସି ଏମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ରହୁଛନ୍ତି। ଏମାନଙ୍କ କହିବା ଅନୁସାରେ, ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀଙ୍କ ଚାପ ଓ ଭୟ ରହୁଛି। ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଗାଁ ଛାଡ଼ି ପଳାଇ ଆସିଛନ୍ତି। କେତେବେଳେ ବି ମାଆବୋଦୀ ଏମାନଙ୍କୁ ମାରିଦେଇ ପାରନ୍ତି। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ଓ ପୋଲିସ୍ ଏମାନଙ୍କୁ ସୁରକ୍ଷା ଦେଇପାରୁଛି ନା ନାହିଁ।
Related Stories
October 27, 2024
September 30, 2024