ବରୀ (ରତ୍ନଗିରି ନ୍ୟୁଜ) : ରକ୍ତ ଦାନ ହେଉଛି ମହତ ଦାନ l ତେଣୁ ସାମ୍ପ୍ରତିକ ସମୟରେ ସମସ୍ତେ ରକ୍ତଦାନ କରିବାର ଆବଶ୍ୟକତା ରହିଛି l ତେଣୁ ଯେ କେହି ସୁସ୍ଥ ଶବଳ ବ୍ୟକ୍ତି ରକ୍ତଦାନ ପାଇଁ ଆଗେଇ ଆସିବା ଉଚିତ ବୋଲି ବରୀ ବିଧାୟିକା ସୁନନ୍ଦା ଦାସ କହିଛନ୍ତି l ରବିବାର ଦିନ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ସହଯୋଗରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଭଅଁରା ପଞ୍ଚାୟତର ଚଟୁମାରୀ ସ୍ଥିତ ଗଗନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l
ଏହାକୁ ଆନୁଷ୍ଠାନିକ ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଉଦଘାଟନ କରିଥିଲେ l ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ବିମଳ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ସରପଞ୍ଚ ପ୍ରଭାତୀ ପଲାଇ, ବିଜେଡି ଜିଲ୍ଲା ଉପସଭାପତି ଆର୍ତ୍ତବନ୍ଧୁ ସାମଲ, ବରୀ ବ୍ଲକ ଦଳିତ ସେଲ ସଭାପତି ଦୁଷ୍ମନ୍ତ କୁମାର ସେଠି, ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ପଲାଇ, ସମିତି ସଭ୍ୟଙ୍କ ପ୍ରତିନିଧି ସନ୍ଦୀପ କୁମାର ପଣ୍ଡା, ନାଏବ ସରପଞ୍ଚ ପ୍ରଭାତ କୁମାର ମଲିକ, ତୁଷାରକାନ୍ତ ଶ୍ୟlନ୍ତି, ପ୍ରଶାନ୍ତ କୁମାର ଲେଙ୍କା, ରଶ୍ମିରଂଜନ ପଲାଇ (ବୁବୁନା), ଅମୀୟ ଜେନା, ତପନ କୁମାର ରାଉତ, ଗୋଲଖ ମଲିକ, ଅକ୍ଷୟ ମଲିକଙ୍କ ସମେତ ବହୁ ଯୁବକ ଯୁବତୀ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରରେ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଯାଜପୁର ରେଡ଼କ୍ରସର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ l
ବରୀ ରୁ ସନ୍ତୋଷ କୁମାର ରାଉତଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ