କୋଲକାତା :ପଶ୍ଚିମବଙ୍ଗର ହଲଦିଆରେ ଜନସାଧାରଣମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଜନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସିଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି କହିଛନ୍ତି, ‘ବେଙ୍ଗଲର ଜନତା “ରାମ କାର୍ଡ” ଦେଖାଇ ଟିଏମସିକୁ ବାହାରର ରାସ୍ତା ଦେଖାଇବାକୁ ଯାଉଛି । ବେଙ୍ଗଲ ହେଉଛି ଫୁଟବଲକୁ ଭଲ ପାଉଥିବା ରାଜ୍ୟ । ଫୁଟବଲ ଭାଷାରେ କହିବାକୁ ଚାହୁଁଛି ଯେ, ଟିଏମସି ଗୋଟିଏ ପରେ ଗୋଟିଏ ଫାଉଲ କରିନେଇଛି ।ଅର୍ଥାତ୍ ପଶ୍ଚିମବଙ୍ଗରେ ଟିଏମସି କୁଶାସନର ଫାଉଲ, ବିରୋଧୀଙ୍କ ଉପରେ ଆକ୍ରମଣ ଏବଂ ହିଂସାର ଫାଉଲ, ବେଙ୍ଗଲ ଜନତାଙ୍କର ଟଙ୍କା ଲୁଟିବାର ଫାଉଲ ଏବଂ ସତ୍ତାରେ ରହି ମଧ୍ୟ ଆକ୍ରମଣର ଫାଉଲ କରିସାରିଲାଣି ଟିଏମସି । ବେଙ୍ଗଲ ଜନତା ସବୁ ଦେଖୁଛନ୍ତି ଏବଂ ଖୁବଶୀଘ୍ର ବେଙ୍ଗଲ “ରାମ କାର୍ଡ” ଦେଖାଇବାକୁ ଯାଉଛି । ଯଦି ଆପଣମାନେ ଦିଦିଙ୍କୁ ନିଜ ଅଧିକାର ମାଗୁଛନ୍ତି ତେବେ ଦିଦି ନାରାଜ ହୋଇଯାଉଛନ୍ତି । ଏପରିକି ଦିଦି “ଭାରତ ମାତା କି ଜୟ” ନାରା ଶୁଣିଲେ ଚିହିକି ଉଠୁଛନ୍ତି ।’ବେଙ୍ଗଲର ହଳଦିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ବେଙ୍ଗଲରେ ନିଜ ଅଧିକାର କଥା କହୁଥିବା ଲୋକଙ୍କ ଉପରେ ରାଗି ଯାଉଛନ୍ତି । ଏପରିକି ଦିଦି “ଭାରତ ମାତା କି ଜୟ” ନାରା ଶୁଣିଲେ ଚିହିଁକି ଉଠୁଛନ୍ତି । ଗତ ଥର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗ ଆସିଥିଲି । ଆଜି ହଳଦିଆ ସହିତ ପୁରା ପଶ୍ଚିମବଙ୍ଗର ବିକାଶ ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ଯୋଜନାକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ପାଇଁ ଆସିଛି ।’ମୋଦି ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି । କୋଲକାତାରେ ପ୍ରାୟ ୮ ହଜାର ୫ ଶହ କୋଟି ଟଙ୍କାର ମେଟ୍ରୋ ଷ୍ଟେସନ୍ କାମ ଜାରି ରହିଛି । ଆଗକୁ ମଧ୍ୟ ଅନେକ ଯୋଜନା ଲାଗୁ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମୋଦି କହିଛନ୍ତି ।
Related Stories
November 14, 2024