ବରଗଡ଼( ସୌମ୍ୟରଞ୍ଜନ ମାଝୀ) : ବର୍ତ୍ତମାନ ଯୁଗରେ ରେଡ଼ିଓ ଧିରେ ଧିରେ ସଉକ କମିଯାଉଥିବାରୁ ଏବେ ପୁରୁଣା କାଲିଆ ଲୋକମାନେ ରେଡ଼ିଓ ଅତି ଆପଣେଇ ନେଇଛନ୍ତି। ଏମିତିକା ଏକ ଶ୍ରୋତା ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଗାଁର ଗୁଞ୍ଜ ମାଝୀ । ବୟସ ୯୭ ଆଉ ତିନି ବର୍ଷହେଲେ ଗୁଞ୍ଜ ଶତାୟୁରେ ପହଞ୍ଚିବେ ହେଲେ ଘରେ ଟିଭି, ମୋବାଇଲ ଥାଉ ଥାଉ ରେଡ଼ିଓକୁ ନିଜ ବନ୍ଧୁ ବନେଇଛନ୍ତି ।
ଉଁ ଆଡେ ରେଡ଼ିଓକୁ ନେଇଥାନ୍ତି । ରେଡ଼ିଓରେ ସମାଚାର, ଚାଷବାସ, ଦେଶବିଦେଶ ଖବର ,ଗୀତ ଇତ୍ୟାଦି ବେଶ ଶୁଣନ୍ତି। ଆକାଶବାଣୀ ବଲାଙ୍ଗୀର, ଆକାଶବାଣୀ କଟକ,ବିବିତ ଭାରତୀ ଶୁଣିଆସୁଛନ୍ତି । ରେଡ଼ିଓ ସୁଲଭ ମୂଲ୍ୟରେ ସେବା ଯୋଗାଉଥିବାରୁ ପୁ୍ରୁଣା କାଲିଆ ଲୋକମାନେ ବେଶ ପସନ୍ଦ କରନ୍ତି।ଏବେ ଗାଁ ଗଣ୍ଡାରେ ରେଡ଼ିଓ ଲୋକେ ଶୁଣିଆସୁଛନ୍ତି ।