ଯାଜପୁର (ରତ୍ନଗିରି ନ୍ୟୁଜ ): ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମବରଦା ମହାବିଦ୍ୟାଳୟ ପରିସରରେ ସୋମବାର ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି । ଏହି ପରି ପ୍ରେକ୍ଷୀରେ ମହିଳାମାନ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବରୀ ବିଧାୟିକା ସୁନନ୍ଦା ଦାସ ଆହ୍ୱାନ ଦେଇଛନ୍ତି । ଓଡିଶା ମୋ ପରିବାର ଜୀବନ ବିନ୍ଦୁ ସହଯୋଗରେ ୩ ଶହ ୭୬ ୟୁନିଟ ରକ୍ତସଂଗ୍ରହ କରାଯାଇଛି । ପାଞ୍ଚଶହ ମହିଳା ଉପସ୍ଥିତ ରହିଥିଲା ବେଳେ କେବଳ ମହିଳା ମାନେ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା । ବିଜେଡି ସଭାନେତ୍ରୀ ସରସ୍ବତୀ ସାହୁ, ଜୋଶ୍ନାରାଣୀ ନାଥ, ମଞ୍ଜୁ ପ୍ରଧାନ, ଝରଣା ପାତ୍ର, ପ୍ରମୁଖ ମହିଳା ବକ୍ତବ୍ୟ ପ୍ରଦାନ କରିଥିଲେ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ବିମଳ ଦାସ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ସରପଞ୍ଚ ବିଜୟ ଦାସ, ପ୍ରଫୁଲ ସାହୁ, ବରୀ ବ୍ଲକ ବିଜେଡି ସଭାପତି କେଦାର ସାମଲ, ଯୁବ ନେତା ବିରେନ ରାଉତ, ସମିତି ସଭ୍ୟ ପ୍ରଦୀପ ଘଡେଇ, ଛାତ୍ର ନେତା ସଦିଚ୍ଛା ସାମଲ, ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ, ରେଡ଼କ୍ରସ ଓ ମେଡିକାଲ ଟିମ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ, ରକ୍ତ ଦାନ କରିବାରେ ବାଲିଆ ପଞ୍ଚାୟତ ପ୍ରଥମ, ମହେଶ୍ୱରପୁର ଦ୍ୱିତୀୟ, ରଜେନ୍ଦ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିବା କୁହାଯାଇଛି, ବିଧାୟିକାଙ୍କ ପ୍ରତିନିଧି ତଥା ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ ମୁଖ୍ୟ ପରିଚାଳକ ଭାବେ ଦାଇତ୍ୱ ବହନ କରି ମହିଳା ମାନେ ଶାନ୍ତି, ମୈତ୍ରୀ,ପ୍ରିତୀ, ଶକ୍ତି ଓ ସମୃଦ୍ଧିର ପ୍ରତୀକ ବୋଲି କହିଥିଲେ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।
Related Stories
September 30, 2024
September 27, 2024