ବରଗଡ଼ : ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ବାରା ବିଶ୍ୱ କର୍କଟ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଓ ନୁକ୍କଡ ନାଟକର ମାଧ୍ୟମରେ ସଚେତନତା କରାଯାଇଛି ।
ଏହି କାର୍ଯ୍ୟକ୍ରମ କୁ ସକାଳ ୯ଟାରେ ମହାବିଦ୍ୟାଳୟର ସେକ୍ରେଟାରୀ ମନୋଜ କୁମାର ତ୍ରିବେଦୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହିଅବସରରେ ମହାବିଦ୍ୟାଳୟର ଆୟୁର୍ବେଦ ଚିକିତ୍ସା ବିଶେଷଜ୍ଞ ଡ଼ଃ ଅଭିରାମ ଠାକୁର, ଡ଼ଃ ସୁଶାନ୍ତ କୁମାର ସାହୁ, ଡ଼ଃ ମନୋଜ ବେହେରା ଏବଂ ଡ଼ଃ ସତ୍ୟବ୍ରତ ଚୌହାନ ଛାତ୍ର ଛାତ୍ରୀ ମାନଙ୍କ ସହ ଉପସ୍ଥିତ ରହି ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ରୁ ସାପ୍ତାହିକ ବଜାର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ ।
ଦ୍ବିତୀୟ ଓ ତୃତୀୟ ବ୍ୟବସାୟିକ ବର୍ଷର ଛାତ୍ରୀ ମାନେ ଲୋକଙ୍କୁ କର୍କଟ ରୋଗ ବିଷୟରେ ସଚେତନ କରିବା ପାଇଁ ଏକ ପଥପ୍ରାନ୍ତ ନାଟକର ମଧ୍ୟ ଆୟୋଜନ କରିଥିଲେ ।