ବରଗଡ଼ (ରତ୍ନଗିରି ନ୍ୟୁଜ): ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହୁଲପାଲି-ବୁକୁରାମୁଣ୍ଡା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣରେ, ମହୁଲପାଲି ଶାଖା କେନ୍ଦ୍ର ର କୁଲତା ସମାଜ ୫୬ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ମହୋତ୍ସବ କୁ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ବିଶେଷଜ୍ଞ ସଦସ୍ୟ ନାରାୟଣ ସାହୁ ତାଙ୍କ ଅମୁଲ୍ୟ ସମୟ କୁ ଜଳାଞ୍ଜଳୀ ଦେଇ ଯୋଗଦେଇ ଥିବାବେଳେ, ମୁଖ୍ୟବକ୍ତା ଭାବେ କଂଗ୍ରେସ ସାହୁ ଯୋଗଦେଇ କୁଲତା ସମାଜ ର ଗର୍ବଓ ଗୈାରବ ବଢ଼ାଇଥିଲେ । ପଶ୍ଚିମ ଓଡ଼ିଶାର ପବିତ୍ର ନୃସିଂହନାଥ ପୀଠ ରେ ଥିବା କାର୍ଯ୍ୟକାରିଣୀ ସଭାର ସମସ୍ତ ସଦସ୍ୟ ତଥା ଅଧିନସ୍ଥ ସମସ୍ତ ଶାଖା କେନ୍ଦ୍ର ର ସଭାପତି, ସମ୍ପାଦକ ଓ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତି ରେ ଏକ ବିରାଟ ସାଧାରଣ ସଭା ଦହିଗାଁ ଶାଖା କେନ୍ଦ୍ର ର ସଭାପତି ସନାତନ ଭୋଇ ଙ୍କ ଅଧ୍ୟକ୍ଷତା ରେ ଦିବା ୧୧ ଘଟିକା ସମୟ ରେ ଆରମ୍ଭ ହୋଇଥିଲା । ପ୍ରାରମ୍ଭେ ଅତିଥି ଗଣ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ କେନ୍ଦ୍ର ରୁ ଆସିଥିବା ସଭାପତି ମାନଙ୍କ ମଧ୍ୟରୁ ଅନ୍’କି ରୁ ଓମ୍ ପ୍ରକାଶ ପ୍ରଧାନ,କନସିଂହା କେନ୍ଦ୍ର ରୁ ସଦାନନ୍ଦ ବଢ଼େଇ,ଦେଉଳୀ କେନ୍ଦ୍ର ରୁ ସତ୍ୟ କୁମାର ତୁରିଆ ,ଦହିଗାଁ ସଭାପତି ସନାତନ ଭୋଇ, ସମ୍ବଲପୁରୀ କେନ୍ଦ୍ର ରୁ ନିମନ୍ତ୍ରିତ ଅତିଥି ଭାବେ ଅରକ୍ଷିତ ପ୍ରଧାନ ଇତ୍ୟାଦି ଯୋଗଦାନ କରି ତାଙ୍କ କୁଇତା ସମାଜ ର ବର୍ତମାନ ଓ ଭବିଷ୍ୟତ କୁ ଆଖି ଆଗରେ ରଖି ସୁଚିନ୍ତିତ ମତାମତ ମାନ ପ୍ରଦାନ କରିଥିଲେ । ସଭାରେ ସମାଜ ସଂଗଠନ ର ଦୃଢ଼ିକରଣ ସକାଶେ ବିଭିନ୍ନ ଆଗନ୍ତୁକ ଅତିଥି ମାନଙ୍କୁ ଗଠନ ମୂଳକ ସମାଜ ସଂସ୍କାର, କୃଷିଭିତ୍ତିକ ଶସ୍ୟ ଉତ୍ପାଦନ, ପୂଜ୍ୟପୂଜା ଯୋଗ୍ୟ ସଜ୍ଜନ ମାନଙ୍କ ଆଦେଶ,ଉପଦେଶ ଓ ପରାମର୍ଶ ନୀତି ପ୍ରତି ନିଜର ଆଦର୍ଶ ରୂପରେ ଉପଦେଶ କୁ ଗ୍ରହଣ କଲେ ସୁସ୍ଥ ଓ ନିରାମୟ ସୁଦୃଢ଼ ସମାଜ ଦିଗରେ ସହାୟକ ହୋଇ ପାରିବ । ଜରାଜୀର୍ଣ୍ଣ ଅବସ୍ଥାରେ ଅବହେଳିତ ପୂଣ୍ୟ ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ସମସ୍ୟା କୁ ଦୃଷ୍ଟିରେ ରଖି ଯଥା ସମ୍ଭବ ପଦକ୍ଷେପ ହାତକୁ ନେବାପାଇଁ ନୃସିଂହନାଥ ଅଞ୍ଚଳ ର ଯୁବଗୋଷ୍ଠୀ ଙ୍କ ପଦକ୍ଷେପ କୁ ସଭାରେ ଭୁରି ଭୁରି ପ୍ରଶଂସା କରାଯାଇଥିଲା ।
ଏ ସମସ୍ତ କାର୍ଯ୍ୟ ର ସଫଳତା ମହୁଲ ପାଲି କେନ୍ଦ୍ର ର ସଭାପତି ଯୁବରାଜ ପ୍ରଧାନ, ସମ୍ପାଦକ ମହେନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ଲିଙ୍ଗରାଜ ପ୍ରଧାନ,ସହ ସମ୍ପାଦକ ଦୁଷ୍ମନ୍ତ ସାହୁ, କୋଷାଧ୍ୟକ୍ଷ ନୃପରାଜ ପ୍ରଧାନ ଓ କାର୍ଯ୍ୟକର୍ତ୍ତା ଙ୍କ କାର୍ଯ୍ୟାବଳୀ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବରିଷ୍ଠ ଶିକ୍ଷକ ଟିକୁନୁ ସାହୁ ମତ ବ୍ୟକ୍ତ କରିଛନ୍ତି lଏହି କାର୍ଯ୍ୟକ୍ରମ ରେ ଅନେକ ସମାଜ ର ଭାଇ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ ।