ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ୍): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ସରକାର ବାହାଘର ଭଳି ଉତ୍ସବମାନଙ୍କରେ ଲୋକସଂଖ୍ୟାକୁ ହ୍ରାସ କରିବାକୁ ଗାଇଡଲାଇନ କରିଛନ୍ତି । ପୂର୍ବରୁ ବିବାହ ପାଇଁ ୫ ଶହ ଲୋକଙ୍କୁ ଅନୁମତି ଥିବା ବେଳେ ଏବେ ଏହା ୨ ଶହକୁ କମାଇ ଦିଆଯାଇଛି । ସେହିପରି ଶୁଦ୍ଧିକ୍ରିୟାରେ ୫ ଶହ ଜାଗାରେ ଏଣିକି ୫୦ ଜଣଙ୍କୁ ଅନୁମତି ଦିଆଯାଇଛି ।
ଏତଦବ୍ୟତୀତ ବିବାହରେ ଯୋଗଦେଉଥିବା ଅତିଥିଙ୍କର ମାସ୍କ ପରିଧାନ ନେଇ କଟକଣା କରାଯାଇଛି । ଅତିଥି ମାସ୍କ ପିନ୍ଧି ନଥିଲେ ଆୟୋଜକ ଯୋଗାଇବେ ବୋଲି କୁହାଯାଇଛି । ଏହି ନିୟମ ଆସନ୍ତା ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନାର ଲେଉଟାଣି ରାଜ୍ୟବାସୀଙ୍କ ପାଇଁ ଭୟଙ୍କର ହେବାର ଆଶଙ୍କା ରହିଛି । ତେଣୁ ସରକାର ଏଭଳି କଟକଣା ଜାରି କରିଛନ୍ତି ।