ବରଗଡ଼ : ଛତିଶଗଡ ଓ ଓଡ଼ିଶା ସୀମାନ୍ତବର୍ତୀ ଉପାନ୍ତ ଅଞ୍ଚଳ ଝାରବନ୍ଧ ବ୍ଲକରେ ଜନ୍ମ ଗ୍ରହଣ କରିଥିବା ଅଧ୍ୟାପିକା ରଞ୍ଜିତା ମହାନ୍ତି ୧୯୮୨ ମସିହାରେ ପଞ୍ଚାୟତ ହାଇସ୍କୁଲ ଝାରବନ୍ଧରୁ ସଫଳତା ସହ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି। ଯେଉଁ ସମୟରେ ଝାରବନ୍ଧ ଅଞ୍ଚଳରେ ନାରୀ ଶିକ୍ଷା ପ୍ରତି ଲୋକଙ୍କ ଅନାଗ୍ରହ ଲାଗିରହିଥିବା ବେଳେ ଅନ୍ୟ ପଟେ ଗମନାଗମନର ଘୋର ଅସୁବିଧା ଅଙ୍ଗ ନଦୀରେ ପୋଲ ନଥିବାରୁ ବର୍ଷାଋତୁରେ ସଂପୂର୍ଣ୍ଣ ଅଞ୍ଚଳଟି ବିଚ୍ଛିନ୍ନ ରହୁଥିଲା । ଅଥଚ ପିତା ରବିନାରାୟଣ ମହାନ୍ତି ଓ ମାତାଙ୍କ ଇଚ୍ଛା ତଥା ମାମୁ ଆଇଆରଏଏସ ଅଧିକାରୀ ଦିଲ୍ଳିପ ସାମନ୍ତରାୟଙ୍କ ପ୍ରେରଣା ପାଇଁ ଶ୍ରୀମତି ମହାନ୍ତି ଜାତୀୟ କବି ବୀର କିଶୋର ମହାବିଦ୍ୟାଳୟ କଟକରୁ ଆଇଏ ତଥା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରୁ ଓଡ଼ିଆ ସମ୍ମାନ ସହ ସ୍ନାତକ ଉତ୍ତୀର୍ଣ୍ଣ ହୁଅନ୍ତି। ଝାରବନ୍ଧ ଅଞ୍ଚଳର ପ୍ରଥମ ଝିଅ ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ନାମ ଲେଖାନ୍ତି। ସେଠାରୁ ୧୯୮୮ ମସିହାରେ ଓଡିଆରେ ସଫଳତା ସହ ସ୍ନୋତୋକତ୍ତର ତଥା ୧୯୯୩ ମସିହାରେ ଏମଫିଲ୍ ଡିଗ୍ରୀ ପ୍ରାପ୍ତ ହୁଅନ୍ତି। ୧୯୮୯ ମସିହାରୁ ପାଇକମାଳ ବିନ୍ଧ୍ୟାବାସିନୀ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ରୂପେ ଯୋଗ ଦିଅନ୍ତି ଏବଂ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରତା ଆଦର୍ଶ ଶିକ୍ଷକ ପିତା ରବିନାରାୟଣ ମହାନ୍ତିଙ୍କ ଆଦର୍ଶ ଛାତ୍ରବତ୍ସଳ ସମାନୁବର୍ତିତା ଗୁଣର ପ୍ରଭାବ ତାଙ୍କ ଉପରେ ପଡିଥିବାରୁ ସେ ମଧ୍ୟ ଅଞ୍ଚଳରେ ଜଣେ ଛାତ୍ରବତ୍ସଳା ଜନପ୍ରିୟ ଅଧ୍ୟାପିକା ରୂପେ କାର୍ଯ୍ୟକାରୀ ଆସୁଛନ୍ତି। ୧୯୯୫ ମସିହାରେ ଅଧ୍ୟାପିକା ଡଃ ରଶ୍ମିରଞ୍ଜନ ମହାନ୍ତିଙ୍କୁ ବିବାହ କରିବା ପରେ ସ୍ବାମୀ ତଥା ଶ୍ବଶୁର ନିମାଇ ଚରଣ ମହାନ୍ତିଙ୍କ ପ୍ରେରଣା ଯୋଗୁଁ ଆଗକୁ ବଢିଚାଲିବାର ଆହୁରି ସୁଯୋଗ ଦିଏ ।ଏତତ୍ ମଧ୍ୟରେ ଦୁଇଟି କନ୍ୟା ପ୍ରତ୍ୟାଶା ଓ ପ୍ରାପ୍ତିର ଜନନୀ ହୁଅନ୍ତି ଶ୍ରୀ ମହାନ୍ତି। ପିଲା ଦୁଇଟିକୁ ସଠିକ ମାର୍ଗରେ ପ୍ରତିପାଳିତ କରିବା ସହ ଛାତ୍ରମାନଙ୍କୁ ଶିକ୍ଷା ଦେବାରେ ସେ କେବେହେଲେ ଅବହେଳା କରି ନାହାନ୍ତି। ସ୍ବଳ୍ପ ଦରମାରେ ପରିବାର ଚଳାଇବା କଷ୍ଟସାଧ୍ଯ ଥିଲେ ମଧ୍ୟ ଅର୍ଥ ପ୍ରତି ଲାଳସା ନରଖି କର୍ତ୍ତବ୍ୟ ସମ୍ପାଦନ କରିବାରେ ସର୍ବାଦା ବ୍ରତ୍ତୀ ରୁହନ୍ତି। ତାଙ୍କର ଅନେକ ଛାତ୍ର ଛାତ୍ରୀ ବର୍ତ୍ତମାନ ବିଭିନ୍ନ ପଦ ପଦବିରେ ବିଭିନ୍ନ ସ୍ଥାନାନଙ୍କରେ ଅବସ୍ଥାପିତ କରିଛନ୍ତି ।
କନ୍ୟା ସନ୍ତାନ ଦୁହେଁଙ୍କୁ ଉତ୍ତମ ସଂସ୍କାର ଦେଇ ଗଢିବାରେ ସମୟ ଦେବ ସହ ଦୁହେଁ ପିଲାଦିନରୁ ଭଲ ବକ୍ତା ଓ ବହୁ ପୁରସ୍କାର ର ଅଧିକାରିଣୀ । ବର୍ତ୍ତମାନ ପ୍ରତ୍ୟାଶା ଏକ ଘରୋଇ ମହାବିଦ୍ୟାଳୟରେ ଉଦଦ୍ଭିଦ ବିଜ୍ଞାନରେ ଅଧ୍ୟାପିକା ଏବଂ ପ୍ରାପ୍ତି ଏକ ଘରୋଇ କମ୍ପାନିରେ ଇିଂଜିନିୟର ଭାବେ କାମ କରୁଛନ୍ତି । ଏତତ ବ୍ୟତିତ ଶ୍ରୀମତି ମହାନ୍ତି ଆକାଶବାଣୀ ତଥା ଦୂରଦର୍ଶନ ଭୁବନେଶ୍ବର ର ବିଭୁନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । କେନ୍ଦ୍ରସରକାର ସଂସ୍କୃତି ମନ୍ତ୍ରାଳୟ ତରଫରୁ ଫେଲେସିପ ପାଇ ପଶ୍ଚିମାଞ୍ଚଳ କୋଶଳୀ ଏବଂ ଛତିଶଗଡ଼ ଲରିୟା ଭାଷା ଉପରେ ଗବେଷଣା କରୁଛନ୍ତି । ପ୍ରତିକୂଳ ପରିସ୍ଥିତି ସତ୍ତେ ମଣିଷର ଇଚ୍ଛା ଶକ୍ତି ତଥା କର୍ତ୍ତବ୍ୟ ବୋଧ ତାଙ୍କୁ ତାର କାର୍ଯ୍ୟ କରିବା ରେ ପ୍ରେରଣା ଦେବା ସହିତ ଜିବନରେ ସଫଳ ହେବାରେ ସାହାର୍ଯ୍ୟ କରିଥାଏ । ଏହା ହିଁ ଶ୍ରୀମତି ମାହାନ୍ତି ନିଜର ଆଦର୍ଶ ରୂପେ ମନେ କରିଥାନ୍ତି । ପୁନଶ୍ଚ ସ୍ବାମି ଡା. ରଶ୍ମିରଂଜନ ମହାନ୍ତି ଜଣେ ସୁସାହିତ୍ୟିକ, ଗବେଷକ ତଥା ଆକାଶବାଣୀ ତଥା ଦୂରଦର୍ଶନ ଭୁବନେଶ୍ବର ଓ ସମ୍ବଲପୁର ର ନିୟମିତ ଉପସ୍ଥାପକ । ଶ୍ରୀମତି ମାହାନ୍ତିଙ୍କ ସଫଳ ପଛରେ ତାଙ୍କର ଅବଦାନ ଅଧିକ । କର୍ତ୍ତ୍ୟବବୋଧ ସମାନୁବର୍ତ୍ତିତା ଉଭୟଙ୍କ ଜୀବନର ଆର୍ଦଶ ।
ଉପସ୍ଥାପନା – ରଶ୍ମିତା ସାହୁ mb no 8658640456