ବାଲେଶ୍ୱର : ଜିଲ୍ଲା ରେଡ଼କ୍ରସ୍ ଏବଂ ଆଂଚଳିକ ପରିବହନ ବିଭାଗର ମିଳିତ ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବାଲେଶ୍ୱରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରଶାସନିକ ଅଧିକାରୀ, ଜିଲ୍ଲା ପୋଲିସ, ଟ୍ରାଫିକ ଥାନାର ଅଧିକାରୀ, ରେଡ଼କ୍ରସର କର୍ମକର୍ତାଙ୍କ ସମେତ ସହରବାସୀ ଓ ବିଭିନ୍ନ ସଂଗଠନର କର୍ମକର୍ତାମାନେ ସାମିଲ ହୋଇଥିଲେ । ଏହାକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତି ଏବଂ ଆରଟିଓ ରଶ୍ମିରଂଜିତ ଦଳ ବେହରା ଉଦ୍ଘାଟନ କରିଥିଲେ । ଏହି ପଦଯାତ୍ରା ସହରର ଫାଣ୍ଡିଛକ ଠାରୁ ବାହାରି ସହର ପରିକ୍ରମା କରି ସିନେମା ଛକ ଠାରେ ପହଂଚିଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ସାଙ୍ଗକୁ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଭଳି କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥାଏ । ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇବା, ହେଲମେଟ୍ ପିନ୍ଧିବା, ଦୃତ ଗାଡ଼ି ନ ଚଳାଇବା ନିଶାସେବନ କରି ଗାଡି ଚାଳନା ନ କରିବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନର ବ୍ୟବହାର ନକରିବା, ପାଇଁ ସେମାନେ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ।
Related Stories
November 14, 2024