ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ଟର ସୁଧାଂଶୁ ବଳ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କରୋନା ମୁକାବିଲାରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସାଅଧିକାରୀ ସେକ୍ ସବିର ହୁଷେନ୍, ସୁପରଭାଇଚର ଭିକାରୀ ଜେନା, ଶାନ୍ତିଲତା ମଲିକ ପ୍ରମୁଖ ଯୋଗ ଦେଇଥିବାବେଳେ ବିଡିଏମ୍ ମୁକୁନ୍ଦ ଚନ୍ଦ୍ର ନାୟକ, ଜିତେନ୍ ଦାସ, ସ୍ୱାସ୍ଥ୍ୟକର୍ମୀ ଭ୍ରମର ମହାଳିକ, ପ୍ରିୟରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର ଟୀକା କରଣରେ ୧୬୦ଜଣଙ୍କୁ ଟୀକା ଦେବାର ଲକ୍ଷଧାର୍ଯ୍ୟ କରାଯାଇଥିବାବେଳେ ୧୩୪ଜଣଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଦିଆଯାଇଥିବା ଜଣାପଡିଛି ।
Related Stories
October 27, 2024
September 30, 2024