ଯାଜପୁର(ରତ୍ନଗିରି ନିଉଜ): ରାଜ୍ୟରେ ଅହେତୁକ ତୈଳଦର, ରନ୍ଧନ ଗ୍ୟାସ ବୃଦ୍ଧି, କୃଷି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ରାଜ୍ୟବ୍ୟାପି ୬ଘଣ୍ଟିଆ ବନ୍ଦ ପାଳନା କରାଯାଉଛି । ବରୀ କଂଗ୍ରେସର ନବନିର୍ବାଚିତ ସଭାପତି ମନୋଜ ଦାସ, କଂଗ୍ରେସ ନେତା ଉମେଶ ଜେନାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବରୀ କଳାମାଟିଆ ରାସ୍ତାର ବରୀ ମାଉଣ୍ଡ ଠାରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଗାଡି ଚଳାଚଳ ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କର ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନବଜାର ବନ୍ଦ ରହିବା ସାଙ୍ଗକୁ ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । କଂଗ୍ରେସ ନେତୃତ୍ୱରେ କର୍ମୀମାନେ ରାସ୍ତା ଅବରୋଧ କରିବା ସାଙ୍ଗକୁ ବିକ୍ଷୋପ ପ୍ରଦର୍ଶନ କରିଥିଲେ । ଶୃଙ୍ଖଳା ରକ୍ଷା ପାଇଁ ପୋଲିସ କେତେକ କର୍ମୀଙ୍କୁ ଗିରଫ କରିଥିବା ଜଣାପଡିଛି ।