ବରଗଡ଼(ସୌମ୍ୟରଞ୍ଜନ ମାଝୀ):ପାଇକମାଳ ବ୍ଳକ କୋକନରା ମାନସିଂ ଖେଳପଡିଆରେ ସିଂହବାହିନୀ ଯୁବକ ସଂଘ ପକ୍ଷରୁ ପାଞ୍ଚ ଦିନ ଧରି ଚାଲିଥିବା ୨୧ତମ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବରଭଟାକୁ ହରାଇ କୁତ୍ରାମାଳ ଚମ୍ପିୟାନ ହୋଇଛି। ପ୍ରଥମ ଦିନ ମ୍ୟାଚରେ ଅତିଥି ଭାବେ ଶ୍ରୀକାନ୍ତ ରାଉତ ଯୋଗଦେଇ ଉଦଘାଟନ କରିଥିଲେ। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବରଭଟାକୁ ହରାଇ କୁତ୍ରାମାଳ ଚମ୍ପିୟାନ ହୋଇଛି। ନାଗ ବାନୀ, ସୁଜିତ ରାଜହଂସ, ଦୀପକ ରାଜହଂସ ଓ ମଣ୍ଟୁ ଭୋଇ ଖେଳ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବନେତା ଭୋଜରାଜ ସିଂ ବରିହା ଓ ସମ୍ମାନିତ ଅତିଥି ଭାବେ ପାଇକମାଳ ବ୍ଳକ ବିଜେଡି ଯୁବ ସଭାପତି ଗୌତମ ସିଂ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ। ପାଞ୍ଚ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଲେ ସମସ୍ତ କାର୍ଯ୍ୟକ୍ରମରେ କ୍ଳବ କର୍ମକର୍ତ୍ତା ସହଯୋଗ କରିଥିଲେ।
Related Stories
September 30, 2024
September 27, 2024