ବିଜେପିର ମିଶ୍ରଣ ପର୍ବ

ବରୀ(ରତ୍ନଗିରି ନ୍ୟୁଜ): ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ରଘୁନାଥପୁର ଖେଳପଡିଆରେ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ଉପସଭାପତି ଗୋଲଖ ମହାପାତ୍ର, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, କୋରେଇ ବିଧାୟକ ଆକାଶ ଦାସ ନାୟକ, ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ବରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଉମେଶ ଜେନା, ଯାଜପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲିକ, ଜିଲ୍ଲା ସମ୍ପାଦକ ସୁରଜ ଲାଲ ସାମଲ ପ୍ରମୁଖ ଉପସ୍ଥିତ ରହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ । ବିଶ୍ବ ହିନ୍ଦୁ ପରିଷଦ ମୁଖ୍ୟ ମହେଶ ତ୍ରିପାଠୀ ଭାଜପାର ନୀତି ଆଦର୍ଶ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଥିବା ଆଞ୍ଚଳିକ ଦଳକୁ କଡ଼ା ସମାଲୋଚନା କରି ଅହଙ୍କାରର ପତନ ଘଟିଛି ବୋଲି ଉପସ୍ଥିତ ଉପସଭାପତି ଗୋଲଖ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ଏବେ ଲୋକଙ୍କ ସରକାର ଚାଲିଛି, ସାଧାରଣ ଲୋକଙ୍କ କାମ କରୁଛି ସିଧାସଳଖ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକେ ସାକ୍ଷାତ କରି ନିଜର ଅଭିଯୋଗ କରୁଛନ୍ତି । ଦୀର୍ଘ ୨୪ ବର୍ଷ ଭିତରେ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିବାରୁ ବଞ୍ଚିତ ହେଉଥିଲେ।ଆଗାମୀ ଦିନରେ ବିଜେଡ଼ି ଭାଙ୍ଗି ଚୂରମାର ହୋଇଯିବ ବିଜେପି ଶକ୍ତିଶାଳି ହେବ ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିବ ବିକାଶହେବ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଥିଲେ । ଏହି ମିଶ୍ରଣ ପର୍ବରେ ଏରବାଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଦିବ୍ୟ ପ୍ରକାଶ ସାହୁ, ଛତିଶଦେବିଲର ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ବିଶ୍ଵାଳ, ସାହାସପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅନିଲ ସାହାଣୀ, ପୂର୍ବତନ ସରପଞ୍ଚ, ୱାର୍ଡ ସଭ୍ୟସଭ୍ୟ, ବନ୍ଧଡିହ ପଞ୍ଚାୟତ ରପୂର୍ବତନ ସରପଞ୍ଚ, ସୁଜନପୁର ପଞ୍ଚାୟତର ଯୁବ ନେତା ପ୍ରତାପକୁମାର ମହାନ୍ତିଙ୍କ ସମେତ ଆଠଗୋଟି ପଞ୍ଚାୟତର ବିଜେଡି ଓ କଂଗ୍ରେସ କର୍ମୀମାନେ ବିଜେପିରେ ଯୋଗଦାନ କରିଥିଲେ। ଦଳୀୟ ନେତାମାନେ ଦଳୀୟ ଟୋପି, ଉତ୍ତରୀୟ ପିନ୍ଧାଇ ସ୍ଵାଗତ ସମ୍ବର୍ଦ୍ଧନା କରି ଦଳକୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଭାପତି ଗୌତମ ରାୟ, ସାଂସଦ ଡ଼ା,ରବିନାରାୟଣ ବେହେରା ପ୍ରମୁଖ ପହଞ୍ଚି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଭାଜପାରେ ଯୋଗଦାନ କଲେ ବୋଲି ମିଶିଥିବା କର୍ମୀ ନେତା ମତ ପ୍ରକାଶ କରିଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *