ବରଗଡ଼ (ରତ୍ନଗିରି ନ୍ୟୁଜ) : ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଓୌଷଧ ସେବନ କାର୍ଯ୍ୟକ୍ରମ ୨୫ ଫେବ୍ରୁଆରି ରୁ ୨୭ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ। ଏନେଇ ପାଇକମାଳ ସରକାରୁ ଚିକିତ୍ସାଳୟ ପରିସର ରେ ବୁଧବାର ଏକ ସାଂବାଦିକ ସମ୍ମିଳନୀରେ ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ସୂଚନା ପ୍ରଦାନ କରାଯାଇଛି । ଏଥିରେ ପିଏଚଇଓ ତୁଷ କୁମାର ଚନ୍ଦ୍ରକାର, ବିପିଏମ ରେବତି ମୋହନ ଜେନା , ଭିବିଡିଟିଏସ ସାନୋଜ କୁମାର ଦାସ, ବିଏଏମ ସୁବ୍ରତ ବିଶ୍ବାଳ ଉପସ୍ଥିତ ଥିଲେ । କେବଳ ଗର୍ଭବତୀ ମହିଳା, ୨ବର୍ଷରୁ କମ ବୟସର ଶିଶୁ, ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତି ଏହି ବଟିକା ଖାଇବେ ନାହିଁ । ଏହା ବ୍ୟତିତ ସମସ୍ତେ ଏହି ବଟିକା ଖାଇବେ । ପାଇକମାଳ ବ୍ଲକ୍ ରେ ୧ଲକ୍ଷ ୨୩ ହଜାର ଲୋକଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ୨୪୩ ଜଣ ଓୌଷଧ ପ୍ରଦାନ କାରି ଘରକୁ ଘର ଯାଇ ଓୌଷଧ ସେବନ କରାଇବେ । ତାଙ୍କୁ ତଦାରଖ କରିବା ପାଇଁ ୨୩ ଜଣ ପଯ୍ୟବେକ୍ଷକଙ୍କୁ ଦାୟୁତ୍ବ ଦିଆଯାଇଛି । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ସହ ଫାଲେରିଆ ମୁକ୍ତ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଡା. ସୌମ୍ଯରଂଜନ ଦାଶ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ ବ୍ଲକ୍ ସମସ୍ତ ୬ଟି ସ୍ବାସ୍ଥ୍ଯ କେନ୍ଦ୍ର ରେ ଏମଡିଏ କର୍ଣ୍ଣର ବ୍ୟବସ୍ଥା କରାଯାଇଛି ।
Related Stories
November 14, 2024