ବରଗଡ଼ (ରତ୍ନଗିରି ନ୍ୟୁଜ) : ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଓୌଷଧ ସେବନ କାର୍ଯ୍ୟକ୍ରମ ଗୁରୁବାର ଉଦଘାଟିତ ହୋଇଯାଇଛି । ପାଇକମାଳ ସରକାରି ଚିକିତ୍ସାଳୟ ପରିସର ଉଦଘାଟନି ଉତ୍ସବରେ ମୂଖ୍ୟ ଅତିଥି ଭାବେ ପାଇକମାଳ ବିଡିଓ ସୁରେନ୍ଦ୍ର ମେହେର, ସମ୍ମାନିତ ଅତିଥି ଭାବେ ଡା.ଶ୍ରୀଧର ପ୍ରଧାନ, ଡା. ସଂଗିତା ସାହୁ, ପିଏଚଇଓ ତୁଷ କୁମାର ଚନ୍ଦ୍ରକାର, ବିପିଏମ ରେବତି ମୋହନ ଜେନା , ଭିବିଡିଟିଏସ ସାନୋଜ କୁମାର ଦାସ ଯୋଗ ଦେଇ ଫାଇଲେରିଆ ନିରାକରଣ ଅଭିଯାନରେ ସମସ୍ତେ ସାମିଲ ହୋଇ ଓୌଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ । ସାଂବାଦିକ ସୁରଥ ସାହୁଙ୍କୁ ପ୍ରଥମେ ଓୌଷଧ ଖାଇବାର ଶୁଭାରମ୍ଭ କରିଥିଲେ । ୨୫ ଫେବ୍ରୁଆରି ରୁ ୨୭ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। କେବଳ ଗର୍ଭବତୀ ମହିଳା, ୨ବର୍ଷରୁ କମ ବୟସର ଶିଶୁ, ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତି ଏହି ବଟିକା ଖାଇବେ ନାହିଁ । ଏହା ବ୍ୟତିତ ସମସ୍ତେ ଏହି ବଟିକା ଖାଇବେ । ପାଇକମାଳ ବ୍ଲକ୍ ରେ ୧ଲକ୍ଷ ୨୩ ହଜାର ଲୋକଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ୨୪୩ ଜଣ ଓୌଷଧ ପ୍ରଦାନ କାରି ଘରକୁ ଘର ଯାଇ ଓୌଷଧ ସେବନ କରାଇବେ । ତାଙ୍କୁ ତଦାରଖ କରିବା ପାଇଁ ୨୩ ଜଣ ପଯ୍ୟବେକ୍ଷକଙ୍କୁ ଦାୟୁତ୍ବ ଦିଆଯାଇଛି । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ସହ ଫାଲେରିଆ ମୁକ୍ତ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରା ଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ବ୍ଲକ୍ ସମସ୍ତ ୬ଟି ସ୍ବାସ୍ଥ୍ଯ କେନ୍ଦ୍ର ରେ ଏମଡିଏ କର୍ଣ୍ଣର ବ୍ୟବସ୍ଥା କରାଯାଇଛି । ବାକି ରହିଥିବା ଲୋକମାନଙ୍କୁ ୨୭ ତାରିଖ ରୁ ୬ଏପ୍ରିଲ ପର୍ଯ୍ୟନ୍ତ ଦିଆଯିବ ବୋଲି ପିଏଚଇଓ ଶ୍ରୀ ଚନ୍ଦ୍ରକାର କହିଛନ୍ତି । ଶେଷରେ ଚିତ୍ତ ରଂଜନ ଦାସ ଧନ୍ୟବାଦ ଦେଇଥିଲେ ।
Related Stories
September 30, 2024
September 27, 2024