ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ସମୁଖ ଯୋଦ୍ଧା ମାନଙ୍କୁ ଟୀକା ଦିଆଯିବ । ପ୍ରଥମେ ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରଥମ ଟିକା ନେବେ ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଡିଜିପି ଟୀକା ନେବା ପରେ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଠାରେ ଟିକାକରଣ ଆରମ୍ଭ ହେବ। ଏଥିରେ ଭୁବନେଶ୍ୱରର ସମୁଦାୟ ୧୯ଟି ପ୍ରତିଷ୍ଠାନର ୮୯୩୭ଜଣ କର୍ମଚାରୀ ଟିକା ନେବେ। ରାଜଧାନୀରେ କମିସନରେଟ୍ ପୁଲିସ୍ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଟିକା ଦିଆଯିବ ଏବଂ କଟକର ୧୧ଟି ପ୍ରତିଷ୍ଠାନର ୬୮୬୭ଜଣ ପୁଲିସ କର୍ମଚାରୀ ଟିକା ନେବେ ବୋଲି ଗଣମାଧ୍ୟମକୁ ପୁଲିସ କମିସନର କହିଛନ୍ତି।
Related Stories
October 27, 2024
September 30, 2024