ଯାଜପୁର : ପିହୁକୁ ଠାବ କରିବାରେ ପୋଲିସ ବିଫଳ ହେବ ପରେ ଏବେ ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପ୍ରଶାସନ ପକ୍ଷରୁ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ବିଝାରପୁର ଥାନା ଅଂଚଳର ବହୁଚର୍ଚ୍ଚିତ ୨ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ‘ପିହୁ’ ନିଖୋଜ ହୋଇଯାଇଥିଲା । ‘ପିହୁ’ ସଂପର୍କରେ ଯେଉଁ ବ୍ୟକ୍ତି ସୂଚନା ଦେବେ ସଂପୃକ୍ତ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୁଲିସ ଘୋଷଣା କରିଛି। ଅନ୍ୟପଟେ ‘ପିହୁ’ଙ୍କ ମଧୁସୂଦନପୁର ଘର ପାଖ ଦଳଭର୍ତ୍ତି ପୋଖରୀକୁ ସଫା କରୁଥିବା ଦେଖିବାକୁ ମିଳିଛି।
Related Stories
November 14, 2024