ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ସେଥିପାଇଁ ବିଜେଡିର ଗୁଣ୍ଡମାନେ ବିଜେପି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରିଚାଲିଛନ୍ତି । ଏପ୍ରିଲ ୧୦ ତାରିଖ ଦିନ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏପ୍ରିଲ ୧୧ ତାରିଖ ଦିନ ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ଥାନା ଅନ୍ତର୍ଗତ ବେନାପୁଡ ପଂଚାୟତର ବାହ୍ଣଣବାଡ ଗ୍ରାମରେ ବିଜେପି କର୍ମୀ ଅଶ୍ୱିନ କୁମାର ସାହୁ ଏବଂ ତାଙ୍କର ୪ ଜଣ ସହଯୋଗୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ବିଜେଡି କର୍ମୀ ପନ୍ଧେଇ ଜେନା, କୁଶା ସ୍ୱାଇଁଙ୍କ ସମେତ ୪ ଜଣ ବିଜେଡିର ଗୁଣ୍ଡା ବିଜେପି କର୍ମୀଙ୍କୁ କାଠଫାଳିଆରେ ମାଡ ମାରିଥିଲେ । ପରେ ସେମାନେ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ଏବଂ ବୋମା ପକାଇ ହତ୍ୟା କରିବାର ଭୟ ଦେଖାଇଥିଲେ । ବିଜେଡି ଗୁଣ୍ଡାମାନେ ବିଜେପି କର୍ମୀ
ସତ୍ୟବାଦୀ ଚଇନି, ମନୋରଜଂନ ବରାଳ, ସାଗର ଦାସଙ୍କ ମୁଣ୍ଡକୁ ମାଡ ମାରିବା ସହ ଅଶ୍ୱିନ ସାହୁଙ୍କ ବେକରେ ଥିବା ୨ ଭରି ସୁନା ଚେନକୁ ଲୁଟି ନେଇଥିଲେ । ଏ ସମସ୍ତ କାର୍ଯ୍ୟ ଶାସକ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ଇଙ୍ଗିତରେ କରାଯାଇଥିଲା । ପୋଲିସ ମଧ୍ୟ ଶାସକ ଦଳ ଇସାରାରେ ସେଠାରେ କାର୍ଯ୍ୟ କରୁଛି । ଆଗାମୀ ଉପନିର୍ବଚନରେ ବିଜେଡି ବୁଥ ରିଗିଂ ଓ କ୍ୟାପଚରିଂ କରିବାର ଆଶଙ୍କା ଥିବାରୁ ବ୍ୟାପକ ମାତ୍ରାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୃତୟନ କରିବା ପାଇଁ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ।
ଆଗାମୀ ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଗୁଡିକରେ କେନ୍ଦ୍ରୀୟ ସୁରକ୍ଷା ବଳ ମୃତୟନ କରିବା ସହ ସିସିଟିଭି ଲଗାଇବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି । ଏହି ପ୍ରତିନିଧୀ ଦଳରେ ରଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏବଂ ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।
Related Stories
November 14, 2024